ଘରେ ପ୍ରସ୍ତୁତ କରନ୍ତୁ ଲେମନ ଚିକେନ ।
ଚିକେନ୍- ୨୫୦ ଗ୍ରାମ୍, ଗୋଟା ଧନିଆ ୨ ଚାମଚ୍, ହଳଦୀ ୧ଚାମଚ୍, କଞ୍ଚା ଲଙ୍କା ୨ଟା, ରସୁଣ ବଟା ୧ ଚାମଚ୍, ଅଦାକୋରା ଅଧଚାମଚ୍, ପିଆଜ କଟା ୧ଟା, ତେଲ ୨ଚାମଚ, ଭୃସୁଙ୍ଗ ପତ୍ର ଅଳ୍ପ, ଧନିଆ ଗୁଣ୍ଡ ୧ଚାମଚ, ନଡିଆ ରସ ଅଢେଇ କପ୍, ଲେମ୍ବୁ ରସ ୩ ଚାମଚ ଓ ଲୁଣ ସ୍ୱାଦଅନୁସାରେ ।
ପ୍ରଣାଳୀ :
ଚିକେନରେ ଲୁଣ ଓ ୧ଚାମଚ ଲେମ୍ବୁରସ ଗୋଳେଇ ୧୫ ମିନିଟ୍ ମ୍ୟାରିନେଟ କରି ରଖନ୍ତୁ । ପ୍ୟାନରେ ୨ଚାମଚ ତେଲ ଗରମ କରି ଭୃସୁଙ୍ଗ ପତ୍ର , କଞ୍ଚାଲଙ୍କା, ରସୁଣ ବଟା, ଅଦା କୋରା, ପିଆଜ କଟା, ଧନିଆ ଓ ହଳଦୀ ବଟା ଦେଇ କଷି ମସଲା ପ୍ରସ୍ତୁତ କରନ୍ତୁ । ଏଥିରେ ମ୍ୟାରିନେଟ୍ ହୋଇଥିବା ଚିକେନ ପକାଇ ଧନିଆ ଗୁଣ୍ଡ ଦେଇ ଟିକେ କଷନ୍ତୁ । ତା’ପରେ କପେ ନଡିଆ କ୍ଷୀର , ୧ଚାମଚ ଲେମ୍ବୁରସ, ବହଳିଆ ନଡ଼ିଆ ରସ ଅଧ କପ୍ ପକାନ୍ତୁ । ଏହିପରି ଭାବେ ୧୦ ମିନିଟ୍ ରଖି ଚୁଲା ବନ୍ଦ କରିଦିଅନ୍ତୁ । ହୋଇଗଲା ପରେ ଗରମ ଗରମ ରୁଟି ବା ନାନ୍ ସହିତ ଖାଆନ୍ତୁ ।