ଲିପଷ୍ଟିକକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ।
ଓଠକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ମହିଳାମାନେ ଲିପ୍ଷ୍ଟିକ୍ ଲଗାନ୍ତି। ଓଠରେ ଲିପ୍ଷ୍ଟିକ୍ ବ୍ଲିଡିଂ ବା ଫେଡ୍ ହୋଇଯାଏ. ଅଧିକ ସମୟ ଓଠରେ ରହେନାହିଁ। ଏହି ସମସ୍ୟାକୁ ନେଇ ମହିଳାମାନେ ଚିନ୍ତିତ ଥାଆନ୍ତି। ଆପଣଙ୍କୁ କିଛି ସହଜ ଉପାୟ କହୁଛୁ, ଯାହାକୁ ଆପଣାଇଲେ ଲିପ୍ଷ୍ଟିକ୍ ଆଉ ଫେଡ୍ ହେବ ନାହିଁ କି ଆପଣ କି ପୂର୍ବଭଳି ସମସ୍ୟାରେ ପଡିବେ ନାହିଁ।
ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ଏକ୍ସଫୋଲିଏଟ୍ କରନ୍ତୁ:
ପାଗ ପରିବର୍ତ୍ତନର ପ୍ରଭାବ ଓଠ ଉପରେ ପଡିଥାଏ। ଓଠରେ ଶୁଖିଲା ଦେଖାଯାଏ। ଏହାକୁ ନରମ କରିବା ପାଇଁ ଏକ୍ସଫୋଲିଏଟ୍ କରନ୍ତୁ। ଏଥିପାଇଁ ଟୁଥ୍ବ୍ରସ୍ରେ ଭେସ୍ଲିନ୍ ନେଇ ଓଠରେ ଘଷନ୍ତୁ। ଏହାପରେ ଲିପ୍ ବାମ୍ ଲଗାନ୍ତୁ।
ଆଉଟ୍ ଲାଇନ୍ କରନ୍ତୁ:
ବୋଲ୍ଡ ଲୁକ୍ ପାଇଁ ଲିପ୍ଷ୍ଟିକ୍ ଲଗାଇବା ପରେ ଓଠର ଚାରିପଟେ ଆଉଟ୍ ଲାଇନ୍ କରନ୍ତୁ। ଏଥିପାଇଁ ଆପଣ ଆଇବ୍ରୋ ପେନସିଲ୍ର ବ୍ୟବହାର କରିପାରିବେ। କାରଣ ଏଥିରେ ରଙ୍ଗ ହାଲକା ଭାବେ ଲାଗିଥାଏ।
ମିନେରାଲ୍ ଫାଉଣ୍ଡେସନ ଲଗାନ୍ତୁ:
ଏହି ପ୍ରକ୍ରିୟା ଲିପ୍ଷ୍ଟିକ୍କୁ ଆପଣଙ୍କର ଓଠରୁ ବାହାରକୁ ଯିବାରେ ରୋକିଥାଏ। ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ପ୍ରଥମେ ଓଠରେ ଅଳ୍ପ ମାତ୍ରାର ଫାଉଣ୍ଡେସନ ଲଗାନ୍ତୁ। ଏହା ପରେ କଲର୍ ଲଗାନ୍ତୁ।
ବ୍ଲଟିଙ୍ଗ କରନ୍ତୁ:
ପ୍ରଥମେ ନିଜ ପସନ୍ଦର ରଙ୍ଗ ନେଇ ବ୍ରସ ଦ୍ୱାରା ଓଠରେ ଲଗାନ୍ତୁ। ଭଲ ଭାବେ ଲଗାଇସାରିବା ପରେ ବ୍ଲଟିଙ୍ଗ ପାଇଁ ଟିସୁ ପେପରର ବ୍ୟବହାର କରନ୍ତୁ।
ଗ୍ଲୋସ୍ର ଲେୟାର ସବୁଠୁ ଉପରେ ଲଗାନ୍ତୁ:
ଓଠରେ କଲର ଲଗେଇବା ପରେ ଏହା ଉପରେ ଗ୍ଲୋସ୍ ଲଗାନ୍ତୁ। କିଛିମାତ୍ରାର ଗ୍ଲୋସ୍ ନେଇ ଓଠର ତଳ ଭାଗ କେନ୍ଦ୍ରରେ ଲଗାନ୍ତୁ ଓ ଏହାପରେ ସଂପୂର୍ଣ୍ଣ ଓଠରେ ଲଗାଇଦିଅନ୍ତୁ।
ଏହି ସବୁ ପ୍ରକ୍ରିୟା ଦ୍ୱାରା ଆପଣ ଓଠରେ ଲିପ୍ଷ୍ଟିକ୍ ଅଧିକ ସମୟ ରହିପାରିବ। ଆପଣ ଓଠ ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିବ।