Only for Entertainment

ଜାଣନ୍ତୁ କିପରି ହଟାଇବେ ଚିକେନପକ୍ସ ଦାଗ, କିଛି ସରଳ ଉପାୟ !

ohmymag
32

ଭରିସେଲା ଭାଇରସ କାରଣରୁ ଚିକନପକ୍ସ ରୋଗ ହୋଇଥାଏ। ଚିକନପକ୍ସ ରୋଗୀଙ୍କ ଶରୀରରେ ଲାଲ ଲାଲ୍‌ ଘା’ ହେବା ସହିତ ଜ୍ବର ହୋଇଥାଏ ଓ ରୋଗୀଙ୍କୁ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଚିକନପକ୍ସର ଏ ପର୍ଯ୍ୟନ୍ତ ସିଧାସଳଖ ଚିକିତ୍ସା ଉପଲବ୍ଧ ହୋଇ ନାହିଁ। କିନ୍ତୁ ଏହାର ନିବାରଣ ପାଇଁ ଭ୍ୟାକ୍‌ସିନ ଉପଲବ୍ଧ । ଯଦି ଠିକ୍‌ ସମୟରେ ପିଲାଙ୍କୁ ଟୀକା ଦିଆଯାଏ, ତେବେ ବହୁତ ମାତ୍ରାରେ ଏହି ରୋଗକୁ ରୋକା ଯାଇପାରିବ। ଏମିତିରେ ଚିକନପକ୍ସ ଦୁଇ ସପ୍ତାହ ମଧ୍ୟରେ ଆପେ ଆପେ ଠିକ୍‌ ହୋଇଯାଏ। ଏହା ଭଲ ହୋଇଯିବା ପରେ ଶରୀରରେ ବାହାରିଥିବା ଘା’ ଶୁଖିବା ଆରମ୍ଭ ହୋଇଯାଏ, ମାତ୍ର ଏହାର ଦାଗ ରହିଯାଏ। ଚାଲନ୍ତୁ ଜାଣିବା ଏହି ଦାଗ କିପରି ହଟାଯାଇପାରିବ।

ମହୁ
ମହୁ ସହାୟତାରେ ମଧ୍ୟ ଚିକନପକ୍ସ ଦାଗକୁ ହଟାଇ ଦିଆଯାଇପାରିବ। ଏଥିପାଇଁ ଦାଗ ଉପରେ ମହୁ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପ୍ରତ୍ୟେକ ଦିନ ଦୁଇଥର ଏପରି କରିବା ଦ୍ବାରା ଚିକନପକ୍ସ ଦାଗ ଦୂର ହୋଇଯିବ।

ଲେମ୍ବୁ
ଚିକନପକ୍ସ ଦାଗ ହଟାଇବା ଲାଗି ଲେମ୍ବୁ ବହୁତ ପ୍ରଭାବୀ ଅଟେ। ପ୍ରତ୍ୟେକ ଦିନ ଦାଗ ଉପରେ ଲେମ୍ବୁ ରଗଡ଼ିବା ପରେ ଏହାକୁ ଧୋଇ ଦିଅନ୍ତୁ। ଧିରେ ଧିରେ ଏହି ଦାଗ ଲିଭି ଯିବ।

ଟମାଟୋ
ଶରୀରରେ ହୋଇଥିବା ଚିକନପକ୍ସ ଦାଗ ସଫା କରିବା ଲାଗି ଟମାଟୋ ବ୍ୟବହାର କରିପାରିବେ। ଟମାଟୋ ରସକୁ ଦାଗ ଉପରେ ଲଗାଇ ଶୁଖିବା ପରେ ଧୋଇ ଦିଅନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ବାରା ଦାଗ ଦୂର ହୋଇଯିବ।

ରସୁଣ
ଚିକନପକ୍ଦ ପରେ ହେଉଥିବା ଦାଗକୁ ହଟାଇବା ଲାଗି କେତେକ ପାଖୁଡ଼ା ରସୁଣ ପେଶି ଏହାର ରସ ବାହାର କରନ୍ତୁ। ଏହାକୁ ଦିନରେ ଦୁଇ ଥର ଦାଗ ଉପରେ ଲଗାନ୍ତୁ। ଏହାଦ୍ବାରା ଦାଗ ଦୂର ହୋଇଯିବ।

ଏଲୋଭେରା
ଏଲୋଭେରା ଜେଲ୍‌କୁ ଦାଗ ଉପରେ ଲଗାଇବା ଦ୍ବାରା ମାଲିସ୍‌ କରନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ବାରା ଦାଗ ଦୂର ହୋଇଯାଏ।

ଚନ୍ଦନ
ଚନ୍ଦନ ମାଧ୍ୟମରେ ଚିକନପକ୍ସ ଦାଗ ସହଜରେ ହଟିଯାଏ। ଏଥିପାଇଁ ଚନ୍ଦନ ପାଉଡରରେ ଅଲିଭ ଅଏଲ ମିଶାଇ ଏହାକୁ ଦାଗରେ ଲଗାନ୍ତୁ।

ନଡ଼ିଆ ତେଲ
ଚିକନପକ୍ସ ଦାଗ ସଫା କରିବା ଲାଗି ନଡ଼ିଆ ତେଲ ବହୁତ ସାହାଯ୍ୟ କରେ। ଦାଗ ଉପରେ ନଡ଼ିଆ ତେଲ ଲଗାଇ ମାଲିଶ୍‌ କରନ୍ତୁ। ପ୍ରତ୍ୟେକ ଦିନ ୪ରୁ ୫ ଥର ଏପରି କରିବା ଦ୍ବାରା ଦାଗ ଦୂର ହୋଇଯିବ।

ଅମୃତ ଭଣ୍ଡା
ଚିକନପକ୍ସ ଦାଗ ହଟାଇବା ଲାଗି ଏକ କପ୍‌ ଅମୃତ ଭଣ୍ଡାରେ ୫ ଚାମଚ ଚିନି ଓ ୫ ଚାମଚ ମହୁ ମିଶାନ୍ତୁ। ଏହାର ପେଷ୍ଟ ତିଆରି କରି ଦାଗ ଉପରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଚିକନପକ୍ସ ଦାଗ ସଫା ହୋଇଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More