Only for Entertainment

କିପରି ପାଇବେ ଡେଙ୍ଗୁ ରୋଗରୁ ରକ୍ଷା, ଆପଣାଙ୍କୁ ଏହି ଉପାୟ

google
53

ମଶା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗ ବେଶ୍‍ କ୍ଷତିକାରକ । ପୂର୍ବରୁ ଡେଙ୍ଗୁର ଶିକାର ହୋଇଥିବା ବ୍ୟକ୍ତି ଯଦି ପୁଣି ଥରେ ଏହି ରୋଗରେ ପଡ଼ନ୍ତି, ତେବେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼ିଥାଏ । ତେଣୁ ଡେଙ୍ଗୁରୁ ବର୍ତ୍ତିବା ପାଇଁ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଜରୁରୀ । ତେବେ ଆସନ୍ତୁ ଜାଣିବା କପରି ଡେଙ୍ଗୁ ରୋଗରୁ ନିଜକୁ ରକ୍ଷା କରିବେ ।

  • ମସ୍କିଟୋ ରିପେଲଣ୍ଟର ବ୍ୟବହାର କରନ୍ତୁ, ଏହାର ସ୍ପ୍ରେ ଏବଂ କ୍ରିମ୍‍ ବଜାରରେ ଉପଲବ୍ଧ ।
  • ଫୁଲ୍‍ ସାର୍ଟ ବ୍ୟବହାର କରନ୍ତୁ, ଗୋଡ଼କୁ ମଧ୍ୟ ଘୋଡ଼ାଇ ରଖନ୍ତୁ ।
  • ଘର ଝରକାରେ ଜାଲି ଲଗାନ୍ତୁ, ଘର ଦ୍ୱାର ଖୋଲା କରନ୍ତୁ ନାହିଁ ।
  • ଶୋଇବା ସମୟରେ ମଶା ଧୂଆଁର ବ୍ୟବହାର କରନ୍ତୁ ।
  • ଜ୍ୱର ଆସିବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଖାଦ୍ୟ ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ । କ’ଣ କରିବେ ନାହିଁ
  • ଘରର କୌଣସି ସ୍ଥାନରେ ଯେପରି ପାଣି ଜମାଟ ନବାନେ୍ଧ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
  • ସନ୍ତସନ୍ତିଆ ଜାଗାକୁ ପିଲାଙ୍କୁ ଖେଳିବା ପାଇଁ ଛାଡ଼ନ୍ତୁ ନାହିଁ ।
  • ଡେଙ୍ଗୁ ପୀଡ଼ିତ କୌଣସି ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିଲେ, ମାସ୍କ ଲଗାନ୍ତୁ, ତାଙ୍କୁ ଛୁଇଁବାର ଚେଷ୍ଟା କରନ୍ତୁ ନାହିଁ ।
  • କୁଲର୍‍କୁ ନିୟମିତ ସଫା କରନ୍ତୁ, ବାସୀ ପାଣି ପିଅନ୍ତୁ ନାହିଁ ।
  • ଏପରି ଅଞ୍ଚଳକୁ ଯାଆନ୍ତୁ ନାହିଁ, ଯେଉଁଠାରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଅଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More