Only for Entertainment

ବାରମ୍ବାର ପାର୍ସୱାର୍ଡ ଭୂଲି ଯାଉଛନ୍ତି ତେବେ ମନେ ରଖିବା ପାଇଁ ଜାଣନ୍ତୁ କିଛି ସରଳ ଉପାୟ !

digitaltrends
0 64

ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି। ଜିମେଲ, ଫେସ୍ବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପା, ନେଟ୍ ବ୍ୟାଙ୍କିଂ, ପେଟିଏମ୍ ପରି ଆପ ଆପଣ ନିଶ୍ଚୟ ବ୍ୟବହାର କରୁଥିବେ। ବହୁତ ସମୟରେ ଦେଖାଯାଏ ଲୋକେ ନିଜ ଆକାଉଣ୍ଟର ପାସ୍ୱାର୍ଡ ଭୁଲି ଯାଇଥାନ୍ତି। କାରଣ ଏତେଗୁଡିଏ ସୋସିଆଲ ସାଇଡ୍ର ପାସ୍ୱାର୍ଡ ଏକା ସାଙ୍ଗରେ ମନେ ରଖିବା କଷ୍ଟକର। ଯଦି ଆପଣ ବାରମ୍ବାର ପାସୱାର୍ଡ ଭୁଲି ଯାଉଛନ୍ତି ତେବେ ମନେ ରଖିବା ପାଇଁ କିଛି ଉପାୟ ରହିଛି। ଆଜି ଆମେ ଆପଣଙ୍କୁ ପାସୱାର୍ଡ ନ ଭୁଲିବାର ଏକ ଟ୍ରିକ୍ ଜଣାଇବୁ।

ଫେସ୍ବୁକ୍ କିମ୍ବା ଜି-ମେଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିବା ବେଳେ ପାସୱାର୍ଡ ସେଭ୍ କରିବା ପାଇଁ ଏକ ପପ୍-ଅପ୍ ବିକଳ୍ପ ଆସିଥାଏ। ଯଦି ଆପଣ ଏଠାରେ ଥିବା ଇକ୍ଷକ୍ଷକ୍ଟଙ୍ଗ ବଟମ୍ କ୍ଲିକ୍ କରିବେ ଆପଣଙ୍କ ସମସ୍ତ ପାସୱାର୍ଡ ଏଠାରେ ସେଭ୍ ରହିବ।

ଯଦି ଆପଣ ବାରମ୍ବାର ନିଜ ଫେସବୁକ୍, ଟ୍ୱିଟର୍ କିମ୍ବା ଅନ୍ୟ କୌଣସି ସୋସିଆଲ ୱେବ୍ସାଇଟ୍ର ପାସୱାର୍ଡ ଭୁଲି ଯାଉଛନ୍ତି, ତେବେ ଗୁଗୁଲ୍ କ୍ରୋମର ସେଟିଙ୍ଗ୍ ଯାଇ ନିଜ ପାସ୍ୱାର୍ଡ ଅତି ସହଜରେ ପାଇପାରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଙ୍ଗ୍ ଅପସନ୍‌ରେ ଯିବାକୁ ହେବ।

ଏହା ପରେ ତଳେ Advanced Setting ବିକଳ୍ପରେ ଯାଇ Manage Passwords ବିକଳ୍ପ ବାଛନ୍ତୁ।

ଏଠାରେ ଆପଣ ସେଭ୍ କରିଥିବା ସମସ୍ତ ଲଗ୍‌ ଇନ୍‌ ଓ ପାସୱାର୍ଡ ନଜର ଆସିବ। ଏପରି ଭାବେ ଅତି ସହଜରେ ଆପଣଙ୍କୁ ନିଜର ସମସ୍ତ ପାସୱାର୍ଡ ମିଳଯିବ। ଫଳରେ ଆପଣଙ୍କୁ ଆଉ କୌଣସି ପାସୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More