Only for Entertainment

ହୋଲି ଦିନ କେଶରେ ଲାଗିଥିବା ରଙ୍ଗକୁ ଛଡ଼ାଇବେ କିପରି ?

deccanchronicle
0 40

ପ୍ରଥମେ ମୁଣ୍ଡରେ ଲାଗିଥିବା ରଙ୍ଗକୁ ହାତରେ ଧୀରେ ଧୀରେ ଛଡ଼ାନ୍ତୁ । ଏହାପରେ ପାନିଆ ବ୍ୟବହାର କରି ଶୁଖିଲା ରଙ୍ଗକୁ ମଧ୍ୟ ବ୍ୟବହାର କରନ୍ତୁ ।

କେଶରେ ରଙ୍ଗ ଲାଗିବା ଦ୍ୱାରା କେଶ ଶୁଖିଲା ଭଳି ଦେଖାଯାଏ । ଏହାକୁ ସିଲ୍କି କରିବା ପାଇଁ ଲେମ୍ବୁର ବ୍ୟବହାର କରନ୍ତୁ । ଏବେ ଗୋଟିଏ ଲେମ୍ବୁକୁ ଏକ ବାଲଟି ଜଳରେ ମିଶାନ୍ତୁ । ଏହାପରେ ମୁଣ୍ଡକୁ ଧୁଅନ୍ତୁ । ଏଭଳି କରିବା ଦ୍ୱାରା କୌରସି ସମସ୍ୟା ଦେଖାଯାଇ ନଥାଏ ।

ରାସାୟନିକ ପଦାର୍ଥ ଯୁକ୍ତ ରଙ୍ଗରେ କେଶର ଚମକ କମିଯାଇଥାଏ । ତେଣୁ କେଶରେ ବାଦାମ କିମ୍ବା ଅଲିଭ ତେଲ ବ୍ୟବହାର କରି ମସାଜ କରନ୍ତୁ । କେଶ ଭଲ ରହିବା ସହିତ ବୃଦ୍ଧି ମଧ୍ୟ ହେବ । ତେବେ ଅଣ୍ଡାରେ ବାଦାମ କିମ୍ବା ଅଲିଭ ତେଲ ମିଶାଇ ଲଗାଇବା ଦ୍ୱାରା କେଶର ଚମକ ଫେରି ଆସିଥାଏ ।

କେଶରେ ମେହେନ୍ଦି,ଲେମ୍ବୁ,ଦହି,୨ଟି ଅଣ୍ଡା କିମ୍ବା କଫି ମିଶାଇ ଲଗାନ୍ତୁ । ୧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ଜଳରେ ଧୋଇଦିଅନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା ଓ ରୂପି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଅଲିଭ ତେଲ ଓ ମହୁର ମିଶ୍ରଣ ଏକ ଉତ୍ତମ ଫେଶ ପ୍ୟାକ । ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଭିତର କଣ୍ଡିସନ ହୋଇଥାଏ । କେଶ କୋମଳ ମଧ୍ୟ ରହିବ ।ସପ୍ତାହକୁ ୩ ଥର ଏଭଳି କରିବା ଦ୍ୱାରା କେଶ ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯାଏ ।
ବାଦାମ ଏବଂ ଅଲିଭ ତେଲରେ ଭିନେଗାର ମିଶାଇ ମାଲିସ କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ହୋଲି ଖେଳିବା ପରେ କେଶକୁ ଥଣ୍ଡା ଜଳରେ ଧୋଇବା ଉଚିତ । ଏହା ସହିତ ହର୍ବାଲ ଶାମ୍ପୁ ବ୍ୟବହାର କରିବା ଉଚିତ । ଏହା ପରେ କଣ୍ଡିସନର ଲଗାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More