ଜାଣନ୍ତୁ କାଚ ବୋତଲରୁ ଷ୍ଟିକର ବାହାର କରିବା ପାଇଁ ସରଳ ଉପାୟ !
ଆପଣ ଆଲକୋହଲ କିମ୍ବା ୱାଇନ୍ ବୋତଲକୁ ସଂରକ୍ଷିତ କରି ରଖିବାକୁ ଚାହୁଁଛନ୍ତି କି? ତେବେ ଏଥିରେ ସବୁଠୁ ବଡ଼ ସମସ୍ୟା ହେଉଛି ଅଠାରେ ଏହା ଉପରେ ଲାଗି ରହିଥିବା ଷ୍ଟିକର। ଷ୍ଟିଲ୍ ବାସନ ମଜାରେ ଏହାକୁ ସ୍କ୍ରବ୍ କଲେ, ବୋତଲ ସ୍କ୍ରାଚ୍ ହେବାର ସମ୍ଭାବନା ରହିଥାଏ। ବେଳେବେଳେ ସଫା କରିବା ପରେ ବି କାଚ ବୋତଲର ଷ୍ଟିକର ସ୍ଥାନର ରଙ୍ଗ ଅଲଗା ଦେଖାଯାଏ। ଏଠାରେ କିଭଳି ଭାବେ ସହଜରେ କାଚ ବୋତଲରୁ ଷ୍ଟିକର ବାହାର କରିବେ, ତାହାର ଉପାୟ ଦିଆଯାଇଛି।
ପ୍ରଥମେ ଏକ ବଡ଼ ପାତ୍ରରେ ଗରମ ପାଣି ନିଅନ୍ତୁ। ଏହି ଗରମ ପାଣିରେ ଖାଇବା ସୋଡ଼ା କିମ୍ବା ଧଳା ଭିନେଗାର ପକାଇ ୫ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ। ଏବେ ଏହି ପାତ୍ରରେ କାଚ ବୋତଲ ବୁଡ଼ାଇ ରଖନ୍ତୁ। ଷ୍ଟିକରଟି ପାଣି ଭିତରେ ଭଲ ଭାବେ ବୁଡ଼ି ରହିବା ଦରକାର। ଏହାକୁ ଏମିତି ୩୦ ମିନିଟ୍ ଯାଏ ରଖନ୍ତୁ।
ଏବେ ବୋତଲକୁ ବାହାରକୁ ବାହାର କରି ଏକ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ। ଯଦି ଏହା ପ୍ଲାଷ୍ଟିକ୍ ଷ୍ଟିକର ହୋଇଥିବ, ଏହା ସହଜରେ ହାତରେ ଛାଡ଼ିଯିବ। ଯଦି ଏହା କାଗଜ ଷ୍ଟିକର ହୋଇଥିବ, ତେବେ ଏହା ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏହାକୁ ହଟାଇବା ଲାଗି ଆପଣ ଛୁରି ବ୍ୟବହାର କରିପାରିବେ। କିନ୍ତୁ ଏହା ଖାଇବା ସୋଡ଼ା ପାଣିରେ ବୁଡ଼ି ରହିବା ପରେ ସହଜରେ ଛାଡ଼ିଯାଏ। ଏବେ ଏହି ବୋତଲକୁ ବାସନ ମଜା ସାବୁନରେ ଧୋଇ କିଛି ସମୟ ଶୁଖାଇ ଦିଅନ୍ତୁ।