Only for Entertainment

ଏହିଭଳି ଚଲାନ୍ତୁ କାର,୩୦% ପର୍ଯ୍ୟନ୍ତ ଇନ୍ଧନ ବଂଚିବ ।

BBC
0 43

ଆଜିକାଲି ପେଟ୍ରୋଲ ଦର ଖୁବ ବଢିବାରେ ଲାଗିଛି । ଦିନକୁ ଦିନ ଏହାର ଦର ଏତେ ମାତ୍ରାରେ ବଢୁଛିଯେ ଏଭଳି ଅନୁଭବ ହେଉଛି ଏବେ ଗାଡ଼ି ନୁହେଁ ବରଂ ସାଇକେଲର ବ୍ୟବହାର କରିବାକୁ ପଡ଼ିବ । କାରଣ ଟଙ୍କା ବଢିବା ଯଦିଓ ଗୋଟିଏ କାରଣ ପେଟ୍ରୋଲ ଦିନକୁ ଦିନ ସରିବାରେ ଲାଗିଛି,ଏହା ମଧ୍ୟ ଅନ୍ୟ ଏକ କାରଣ । ତେବେ ଏଭଳି କିଛି ଉପାୟ ରହିଛି ଯାହା ଦ୍ୱାରା ଇନ୍ଧନକୁ ବଂଚାଇପାରିବେ । ଆସନ୍ତୁ ଜାଣିବା କିପରି ।

କାରକୁ ୫୦ରୁ ୫୫ ବେଗରେ ଚଲାଇବା ଦ୍ୱାରା ଇନ୍ଧନ କମ ଖର୍ଚ୍ଚ ହୋଇଥାଏ । ଗାଡ଼ିର ବେଗ ୮୦ରୁ ୧୦୦ ରହିଲେ ୩୦ରୁ ୪୦ ପ୍ରତିଶତ ବଢି ଯାଇଥାଏ । ଯେକୌଣସି ସମୟରେ ପେଟ୍ରୋଲ ପକାଇବା ଅନୁଚିତ । ତେଣୁ ସକାଳ ଓ ସଂଧ୍ୟାରେ ପକାଇବା ଉଚିତ । କାରଣ ମାଟିତଳେ ଥିବା ପେଟ୍ରୋଲ ଷ୍ଟୋରେଜ ଟ୍ୟାଙ୍ଗ ଅନ୍ୟ ସମୟରେ ଗରମ ହୋଇଥାଏ ତେଣୁ ଉପରୋକ୍ତ ସମୟ ସବୁଠାରୁ ପ୍ରଯୁଜ୍ୟ ।

ସର୍ବଦା ଗାଡ଼ିର ପ୍ରେସର ଚେକ କରନ୍ତୁ । ଏହା ଠିକ ରହିବା ମଧ୍ୟ ନିତାନ୍ତ ଆବଶ୍ୟକ ।

ଟ୍ରାଫିକ ସିଗନାଲରେ ସର୍ବଦା ଗାଡ଼ିର ଇଂଜିନକୁ ବନ୍ଦ କରିଦେବା ଉଚିତ । ଏହା ଦ୍ୱାରା ୨୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ବା ଡିଜେଲ ବଂଚାଇ ପାରିବେ ।

ଯଦି ଆପଣ ବା ଆପଣଙ୍କ ସାଙ୍ଗ ଘର ନିକଟରେ ରହୁଛନ୍ତି ତେବେ ଦୁଇଟି କାର ପରିବର୍ତ୍ତେ ଗୋଟିଏ କାର ବା ନିଜ ନିଜର କାର ସେୟାର କରି ବ୍ୟବହାର କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More