Only for Entertainment

ପ୍ରିୟ ଲୋକଙ୍କ ସହିତ ଝଗଡା ହୋଇଥିଲେ ସମାଧାନ କରିବା ପାଇଁ ଆପଣନ୍ତୁ ଏହି ଉପାୟ ।

VideoBlocks
0 49

ପ୍ରେମ ସମ୍ବନ୍ଧ ହେଉବା ଅନ୍ୟ ଯେକୌଣସି ସମ୍ବନ୍ଧ ବେଳେବେଳେ କିଛି କଥାକୁ ନେଇ ମତାନ୍ତର ବା ଝଗଡ଼ା ହୋଇଥାଏ। ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ କଥାମତାନ୍ତର ପାଇଁ ଭୁଲ ବୁଝାବଣା ହୋଇଥାଏ । ଯଦି ଆପଣଙ୍କ ଜୀବନରେ କିମ୍ବା ଆପଣଙ୍କ ସାଙ୍ଗସାଥିଙ୍କ ମଧ୍ୟରେ ମତାନ୍ତର ବା ଝଗଡ଼ା ହୋଇଛି ଆମେ ଆପଣଙ୍କୁ କିଛି ସାଧାରଣ କଥା କହିବା ପାଇଁ ଯାଉଛୁ ଯାହା ଉପରେ ଧ୍ୟାନ ଦେଲେ ଆପଣଙ୍କ ଝଗଡ଼ାର ସମାଧାନ ମିଳିପାରିବ ।

ଦିନ ହେଉ ବା ରାତି ଯାହା ସହ ଝଗଡ଼ା ହୋଇଛି ତାଙ୍କ ସହ କଥା ହେବା ପାଇଁ ଏପରି ଏକ ସମୟ ବାହାର କରନ୍ତୁ ଯେଉଁ ସମୟରେ ଶାନ୍ତ ମନରେ କଥାବାର୍ତ୍ତା ହୋଇପାରିବେ । ଯେତେବେଳେ ଆପଣ ଦୁଇ ଜଣ ପରସ୍ପର ମଧ୍ୟର ସମସ୍ତ କଥାବାର୍ତ୍ତା ଶାନ୍ତି ସେ ଶୁଣି ପାରିବେ ସେହି ସମୟକୁ ପସନ୍ଦ କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ ।

ରାଗରେ ଥିବା ସମୟରେ କିମ୍ବା ଝଗଡ଼ା ସମୟରେ ପ୍ରାୟତଃ ବ୍ୟକ୍ତି ନିଜର ପକ୍ଷ ରଖିବାରେ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ସାମ୍ନା ଲୋକଙ୍କ କଥା ଶୁଣିବାକୁ ତାଙ୍କ ପାଖରେ ସମୟ ନଥାଏ। ଏହା ଦ୍ୱାରା ପରସ୍ପର ମଧ୍ୟରେଭୁଲ ବୁଝାବଣା ହେବା ସହ ଅଧିକ ଝଗଡ଼ା ହୋଇଥାଏ। ଏଣୁ ପ୍ରଥମେ ଆପଣଙ୍କ ସାଥିଙ୍କ ପୁରାକଥା ଶୁଣନ୍ତୁ ପରେ ନିଜର ମତ ପ୍ରଦାନ କରନ୍ତୁ । ଏହା ଦ୍ୱାରା କମ ଝଗଡ଼ା ହେବା ସହ ସମସ୍ୟାର ସଠିକ ସମାଧାନ ବାହାରି ପାରିବ ।

କଥାବାର୍ତ୍ତା ଅଧାରୁ ଛାଡ଼ି ଯାଆନ୍ତୁ ନାହିଁ। ଯେକୌଣସି ବାର୍ତ୍ତାଲାପକୁ ସଂପୂର୍ଣ୍ଣ କରନ୍ତୁ କେବେ ମଧ୍ୟ କିଛି କଥାକୁ ଅଧାରେ ଛାଡ଼ି ଯାଆନ୍ତୁ ନାହିଁ । ଏହା ଦ୍ୱାରା ସ୍ଥିତି ଅଧିକ ଖରାପ ହେବା ସହ ଝଗଡ଼ା ବଢ଼ିବାର ସମ୍ବାବନା ଅଧିକ ରହିଥାଏ ।

ଝଗଡ଼ା ସମୟରେ ସଧାରଣତଃ ନିଜର ଶବ୍ଦ ଉପରେ ସଂଜମତା ରହିନଥାଏ । ଏପରିକି ଅନେକ ନକହିବା ନିଜିଷ ମଧ୍ୟ କହି ଦେଉ ଏଣୁ କ୍ରୋଧିତ ଥିବା ସମୟରେ ସର୍ବଦା ନିଜର ଶବ୍ଦ ଉପରେ ଧ୍ୟାନ ଦେବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More