Only for Entertainment

ରୋଷେଇ ସମୟରେ କିପରି ରହିବେ ସତର୍କ ! ଆପଣାନ୍ତୁ କିଛି ଟିପ୍ସ ।

Shutterstock
0 45

ଅଧିକାଂଶ ସମୟରେ ରୋଷେଇ କରୁଥିବା ସମୟରେ ମହିଳାମାନେ ଅନ୍ୟମନସ୍କତା ବଶତଃ ଅନେକ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଆଉ ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ଅଘଟଣ ମଧ୍ୟ ଘଟିଥାଏ । କେବଳ ରୋଷେଇ ସମୟରେ ନୁହେଁ ଅନ୍ୟ କାମରେ ମଧ୍ୟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଏ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।

  • ରୋଷେଇ ସମୟରେ ସୂତା ଶଢୀ ପିନ୍ଧିବା ଉଚିତ ।
  • ଗ୍ୟାସ ଚୁଲା ବା ହିଟର କିମ୍ବା କାଠଚୁଲିରେ ରୋଷେଇ କରୁଥିଲେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ । କାରଣ ଅଧିକାଂଶ ସମୟରେ ଗ୍ୟାସ ଚୁଲାର ନବ୍ ଖୋଲି ଦେଇ ପରେ ଲାଇଟର ମାରିଥାନ୍ତି । ଏପରି କରନ୍ତୁ ନାହିଁ । ଆଗେ ଲାଇଟର ଧରନ୍ତୁ । ନବ୍ ଖୋଲିବା ମାତ୍ରେ ଲାଇଟର ମାରି ନିଆଁ ଲଗାନ୍ତୁ । ସିଲିଣ୍ଡରର ରେଗୁଲେଟର କାମ ସରିଗଲା ପରେ ଭଲଭାବରେ ବନ୍ଦ କରି ଦିଅନ୍ତୁ ।
  • ତେଲ କଢେଇରେ ତାତିଥିବାବେଳେ ତା ଭିତରେ ସିଧାସଳଖ ପନିପରିବା,କି ମସଲା ଛାଡନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ତେଲ ଛଟିକି ଆଖି, ମୁହଁରେ ପଡି ଯିବାର ସମ୍ଭାବନା ରହିଛି ।
  • ଖାଦ୍ୟଜିନିଷ କେତେବେଳେ ବି ଅଘୋଡା ଛାଡିଯିବେ ନାହିଁ ।
  • ଘରେ ଛୋଟ ପିଲା ଥିଲେ ରୋଷେଇ ଘରେ ଛୁରୀ,ପନିକି ଆଦି ହାତ ପାଆନ୍ତାରେ ରଖନ୍ତୁ ନାହିଁ ।
  • ରୋଷେଇ ଘର ଚଟାଣରେ ପାଣି ପଡିବାକୁ ଦିଅନ୍ତୁ ନାହିଁ । ତେଲ ତ ଆଦୌ ନୁହେଁ । କାରଣ ଟିକିଏ ଅସାବଧାନତା ହେଲେ ଗୋଡ ଖସି ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More