Only for Entertainment

ଅଧିକ ଦିନ ଲିଚିକୁ ସତେଜ ରଖିବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

dailyhunt
0 37

ଏବେ ବଜାରରେ ଲିଚୁ ମିଳୁଛି । ଲିଚୁ ଖାଇବାକୁ ଯେତିକି ସ୍ବାଦିଷ୍ଟ, ସେତିକି ଶରୀର ପାଇଁ ମଧ୍ୟ ଉତ୍ତମ । କିନ୍ତୁ ଲିଚୁ ବେଶୀ ଦିନ ରୁହେ ନାହିଁ, ଜଲଦି ନଷ୍ଟ ହୋଇଯାଏ । ତେବେ ଆସନ୍ତୁ ଜାଣିବା କିଭଳି ଲିଚୁକୁ ଅଧିକ ଦିନ ଘରେ ସତେଜ ରଖି ହେବ ।

ଲିଚୁକୁ କିଣି ଘରକୁ ଆଣିବା ପରେ ସାଧାରଣ ତାପମାତ୍ରାରେ ରଖନ୍ତୁ ନାହିଁ ।

ଲିଚୁକୁ ପଲିଥିନରେ ରଖନ୍ତୁ ନାହିଁ କିମ୍ବା ପାଣିରେ ବୁଡାଇ ରଖିବା ମଧ୍ୟ ଦରକାର ନାହିଁ ।

ଲିଚୁ ଉପରେ ଦିନରେ ଦୁଇ ବା ତିନି ଥର ପାଣି ଛିଞ୍ଚି ଦିଅନ୍ତୁ ।

ସେଥିମଧ୍ୟରୁ ନଷ୍ଟ ହୋଇଯାଇ ଥିବା ଲିଚୁକୁ ତୁରନ୍ତ କାଢି ଦିଅନ୍ତୁ ।

ଲିଚୁକୁ ଫ୍ରିଜ୍ ରେ ରଖି ପାରିବେ କିନ୍ତୁ ଏହାକୁ କୌଣସି ପଲିଥିନରେ ଗୁଡାଇ ରଖିବେ ନାହିଁ ।

ବର୍ଷା ଋତୁରେ ଲିଚୁ ଖାଆନ୍ତୁ ନାହିଁ। କାରଣ ବର୍ଷା ହେଲେ ଲିଚୁ​‌ରେ ପୋକ ଲାଗିବା ଆରମ୍ଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More