Only for Entertainment

ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Shutterstock
0 87

ବିବାହ ପରେ ଦାୟିତ୍ୱ ବଢିବାକୁ ଲାଗିଥାଏ । ପତି ପତ୍ନୀଙ୍କୁ ନିଜ ସହିତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଖାସ ଯତ୍ନ ନେବାକୁ ପଡିଥାଏ । କିନ୍ତୁ ଏହା ମଧ୍ୟରେ ଅନେକ କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଫଳରେ ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି ଝଗଡାର ଯଦି ସମାଧାନ ନକରନ୍ତି ତେବେ ଏହା ଆଗକୁ ଆହୁରି ବଡ ସମସ୍ୟାରେ ପରିଣତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପତ୍ନୀଙ୍କ ରାଗକୁ ଶାନ୍ତ କରିବାର କିଛି ସରଳ ଉପାୟ ।

  • ଜାଣନ୍ତୁ ରାଗିବା ପଛର କାରଣ
    ଯଦି ଆପଣଙ୍କ ପତ୍ନୀ ରାଗିଛନ୍ତି ତେବେ ପ୍ରଥମେ ନିଜକୁ ପ୍ରଶ୍ନ କରନ୍ତୁ ଏହା ପଛରେ ଆପଣଙ୍କ କୌଣସି ଭୁଲ ନାହିଁ ତ । ଏହାପରେ ପତ୍ନୀଙ୍କୁ ଏହାର କାରଣ ପଚାରନ୍ତୁ । ଏହାକୁ ସମାଧାନ କରିବା ପାଇଁ ଏକାଠି ବସି କଥା ହୁଅନ୍ତୁ । ଯଦି ଆପଣଙ୍କ କୌଣସି ଭୁଲ ପାଇଁ ରାଗିଥାନ୍ତି ତେବେ ସରି କୁହନ୍ତୁ । ଏବଂ ରାଗ ଶାନ୍ତ ହେବା ପରେ ବୁଝାନ୍ତୁ ଏପରି କଥା କଥାରେ ରାଗିବା ଉଚିତ ନୁହେଁ ।
  • କେବେ କେବେ ପତ୍ନୀଙ୍କୁ ଅଣଦେଖା କରନ୍ତୁ
    ପତ୍ନୀଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ଯଦି ଚାହୁଁଛନ୍ତି ତେବେ କେବେ କେବେ ତାଙ୍କୁ ଅଣଦେଖା କରନ୍ତୁ । ଏପରି କରିବା ଦ୍ୱାରା ପତ୍ନୀଙ୍କ ରାଗ ଖୁବ ଶୀଘ୍ର ଶାନ୍ତ ହୋଇଯିବ ।
  • ଛୁଆଙ୍କ ସାହାଯ୍ୟ ନିଅନ୍ତୁ
    ପତ୍ନୀଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ଆପଣ ଛୁଆଙ୍କ ସାହାଯ୍ୟ ମଧ୍ୟ ନେଇ ପାରିବେ । ଯଦି ପତ୍ନୀ ରାଗିଥିବେ ତେବେ ଛୁଆଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଛୁଆ ପାଖାପାଖି ଥିଲେ ପତ୍ନୀ ଆପଣଙ୍କୁ ରାଗରେ କିଛି କହିବେ ନାହିଁ । ପତ୍ନୀଙ୍କ ମୁଡ ଠିକ କରିବା ପାଇଁ ତାଙ୍କୁ ବାହାରକୁ ବୁଲେଇବା ପାଇଁ ନିଅନ୍ତୁ ।
  • ପତ୍ନୀଙ୍କ ସହିତ ସମୟ ବିତାନ୍ତୁ
    ପତ୍ନୀଙ୍କ ମୁଡ ଠିକ କରିବା ପାଇଁ ତାଙ୍କ ସହିତ ସମୟ ବିତାନ୍ତୁ । ତାଙ୍କ ସହିତ କଥା ହୁଅନ୍ତୁ ।
  • କେବେ କେବେ ପତ୍ନୀଙ୍କୁ ଆରାମ ଦିଅନ୍ତୁ
    ଘର ସମ୍ଭାଳିବା ସହଜ କାମ ନୁହେଁ । ଘରେ କାମ କରି କରି ବେଳେ ବେଳ ପତ୍ନୀ ଚିଡି ଯାଇଥାନ୍ତି । ସେଥିପାଇଁ କେବେ କେବେ ତାଙ୍କୁ ଘର କାମରୁ ଛୁଟି ଦିଅନ୍ତୁ । ଏବଂ ତାଙ୍କର ଧ୍ୟାନ ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More