Only for Entertainment

ହୀରା ଗହଣାର କିପରି ନେବେ ଯତ୍ନ, ଜାଣନ୍ତୁ କିଛି ଉପାୟ ।

melissaharrisjewellery
30

ହୀରାର ଗହଣା ଦେଖିବାକୁ ଯେମିତି ଆକର୍ଷଣୀୟ, ଏହାର ଚମକ ଅକ୍ଷୁର୍ଣ୍ଣ ରଖିବା ଲାଗି ମଧ୍ୟ ସେମିତି ଧ୍ୟାନ ଦେବାକୁ ପଡ଼ିଥାଏ। ଉପଯୁକ୍ତ ଭାବେ ଯତ୍ନ ନେଇପାରିଲେ, ବର୍ଷ ବର୍ଷର ପୁରୁଣା ହୀରା ଗହଣାର ଚମକ ନୂଆ ଭଳି ରହିପାରିବ। ଚାଲନ୍ତୁ ଜାଣିବା ହୀରା ଗହଣାର କିଭଳି ଯତ୍ନ ନେବା ଉଚିତ।

  • ହୀରାର ହାର ହେଉ ବା ଲକେଟ୍‌ ଅଥବା କାନଫୁଲ ଓ ମୁଦି ଏହାକୁ ସବୁବେଳେ ଗହଣା ବାକ୍ସ ଭିତରେ ରଖନ୍ତୁ। ଗହଣାଗୁଡ଼ିକୁ ଏକାଠି ରଖିବା ଦ୍ବାରା ଏହା ଉପରେ ଦାଗ ପଡ଼ିଯିବାର ସମ୍ଭାବନା ରହିଛି। ତେଣୁ ଗହଣାଗୁଡ଼ିକୁ ବାକ୍ସ ଭିତରେ ରଖିଲେ ଅନେକ ବର୍ଷ ପରେ ମଧ୍ୟ ଏହାର ଚମକ ରହିଥାଏ।
  • ଯଦି ଆପଣଙ୍କ ହୀରାର ଗହଣା ସହିତ ମୋତି ଜଡ଼ିତ ରହିଛି, ତେବେ ଏହାକୁ ଅଧିକ ଦିନ ଅନ୍ଧାରୁଆ ସ୍ଥାନ କିମ୍ବା ଅଧିକ ଡ୍ରାଏ ସ୍ଥାନରେ ରଖନ୍ତୁ ନାହିଁ। ଏପରି କଲେ ମୋତିର ଚମକ ଫିକା ପଡ଼ିଯାଏ।
  • ହୀରା ଗହଣା ସଫା କରିବାବେଳେ ଟୁଥ୍‌ପେଷ୍ଟ କିମ୍ବା ଖାଇବା ସୋଡ଼ା ବ୍ୟବହାରରୁ ଦୂରେଇ ରହନ୍ତୁ। ଏହା ସ୍ଥାନରେ ଆପଣ ମାଇଲ୍ଡ ହ୍ୟାଣ୍ଡ ସୋପ୍‌  କିମ୍ବା ଶାମ୍ବୁ ବ୍ୟବହାର କରନ୍ତୁ। ହୀରା ଉପର ସଫା ନ କରି ଏହାର ଆଖପାଖ ଅଞ୍ଚଳକୁ ହାଲୁକା ଭାବେ ବ୍ରଶ୍‌ରେ ସଫା କରନ୍ତୁ।
  • ଆପଣଙ୍କ ହୀରାର ଗହଣା କେବେ ବି ଧାରୁଆ କିମ୍ବା, ଆର୍ଟିଫିସିଆଲ ଗହଣା ସହିତ ଏକାଠି ରଖନ୍ତୁ ନାହିଁ। ଏପରି କଲେ ହୀରା ଉପର ଘସି ହୋଇଯିବା ସହିତ ଏହାର ଚମକ ନଷ୍ଟ ହୋଇଯିବ।
  • ଗାଧୋଇବା ସମୟରେ ହୀରା ଗହଣା ଖୋଲି ରଖି ଦିଅନ୍ତୁ। କାରଣ ପାଣିରେ ଥିବା କ୍ଲୋରିନ୍‌ ସଂସ୍ପର୍ଶରେ ଆସି ଏହା ଧିରେ ଧିରେ ଚମକ ନଷ୍ଟ କରିଥାଏ।
  • ପରଫ୍ୟୁମ୍‌, ଅତର କିମ୍ବା ହେଆର ସ୍ପ୍ରେ ବ୍ୟବହାର କରୁଥିଲେ ହୀରା ଗହଣା ପିନ୍ଧନ୍ତୁ ନାହିଁ। କାରଣ ଏଥିରେ ଥିବା କେମିକାଲ୍ସ ହୀରାର ରଙ୍ଗକୁ ଫିକା କରିଦେଇପାରେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More