Only for Entertainment

ଅଫିସ ପରିବେଶକୁ କିପରି ରଖିବେ ସକରାତ୍ମକ ? ଧ୍ୟାନ ଦିଅନ୍ତୁ କିଛି କଥା ଉପରେ . . .

promoverslimited.com
0 51

ସାଧାରଣତଃ ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ଆମେ ବହୁ ପରିଶ୍ରମ କରିଥାଉ । କିନ୍ତୁ ପରିଶ୍ରମ କରିବା ପାଇଁ ସେତେବେଳେ ପ୍ରେରଣା ମିଳିଥାଏ ଯେତେବେଳେ ଆମ କାମ କରୁଥିବା ପରିବେଶ ସକରାତ୍ମକ ଏବଂ ଶାନ୍ତିରେ ଭରପୂର ଥାଏ । ତେବେ ଏହା କିଭଳି ସବୁବେଳେ ସମ୍ଭବ ହୋଇପାରିବ ? ଆଜି ଏନେଇ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଜଣାଇବୁ ଯାହା ନିଶ୍ଚୟ ରୂପେ ଆପଣଙ୍କ କାମରେ ଆସିବ । ତେବେ ଆସନ୍ତୁ ଜାଣିବା . . . ।

• ଅଫିସରେ ଆପଣଙ୍କ ଚେୟାର ପଛରେ କାନ୍ଥ ରଖିଲେ, ଏହା ସପୋର୍ଟ ବା ସମର୍ଥନର ପ୍ରତୀକ ହୋଇଥାଏ ।

• ଆପଣଙ୍କ ଚେୟାର ପଛପଟେ ଥିବା କାନ୍ଥରେ ପାହାଡର ଫଟୋ ରଖନ୍ତୁ । ଏହା ମଜଭୁତର ପ୍ରତୀକ ହୋଇଥାଏ ।

• ଯଦି ଆପଣ ସବୁବେଳେ ଅଧିକ କାମ ଚାପରେ ରହୁଛନ୍ତି ତେବେ, ଆପଣଙ୍କ ବା ଆପଣଙ୍କ ଅଫିସ ସାମ୍ନାରେ ଖୋଲା ଏରିଆ ତଥା ସ୍ଥାନ ରହିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ମନଭିତରେ ଅଧିକରୁ ଅଧିକ କାମ କରିବାର ଇଚ୍ଛା ଜାଗ୍ରତ ହୋଇଥାଏ ।

• ଅଫିସର ସମ୍ମିଳନୀ କକ୍ଷକୁ ଯେବେ ବି ଯାଉଛନ୍ତି ଆପଣ ଦକ୍ଷିଣ-ପଶ୍ଚିମ କୋଣରେ ବସନ୍ତୁ, ଆଉ ଏହା ପ୍ରବେଶ ଦ୍ୱାରଠାରୁ ଦୂରରେ ହୋଇଥିବା ଜରୁରୀ । ଏଥିସହ ଆପଣ ବସୁଥିବା ଚେୟାରର ପଛ ଉଚ୍ଚା ହେବା ମଧ୍ୟ ଜରୁରୀ ଅଟେ । ମାତ୍ର ଏକଥା ଧ୍ୟାନରଖିବା ଜରୁରୀ ଯେ ଫର୍ଣ୍ଣଚର କାଠରେ ତିଆରି ହୋଇଥିବା ଦରକାର ।

• ସାଧାରଣତଃ ଅଫିସର ପୂର୍ବ ଦିଗରେ ସଦାବେଳେ ତାଜା ବା ସତେଜ ଫୁଲ ତଥା ଫୁଲଦାନୀ ରଖିବାକୁ ଚେଷ୍ଟା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More