Only for Entertainment

ମୁଲତାନ ମାଟିିକୁ ଏହିଭଳି ବ୍ୟବହାର କରିବା ଦ୍ୱାରା ଫାଇଦା ମିଳିଥାଏ । କେବଳ ମୁହଁ ନୁହେଁ କେଶରେ ମଧ୍ୟ ଚମକ ଆସିଥାଏ ।

IndiaMART
35

ମୁଲତାନି ମାଟିକୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ । ତେବେ ତାହାକୁ କେଉଁଭଳି ବ୍ୟବହାର କରିବା ଦ୍ୱାରା ଆପଣ ଉପକୃତ ହୋଇପାରିବେ ଆସନ୍ତୁ ଆଲୋଚନା କରିବା ।

ତେଲିଆ ତ୍ୱଚା ହୋଇଥିଲେ ଅରେଂଜ ପିଲ ପାଉଡର ଏବଂ ମୁଲତାନି ମାଟି ସମାନ ପରିମାରଣର ନିଅନ୍ତୁ ଏବଂ ସେଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ ।ଏହା ଶୁଖିବା ପରେ ଧୋଇ ଦିଅନ୍ତୁ ।ଡାକ୍ତର ଭରଦ୍ୱାଜଙ୍କ କହିବା ଅନୁସାରେ ଏହାକୁ ମାସକୁ ଦୁଇ ଥର ଲଗାଇବା ଦ୍ୱାରା ତ୍ୱଚା ତେଲିଆ ହେବାରୁ ମୁକ୍ତି ମିଳେ ।

ଆଖି ତଳେ କଳା ଦାଗ ହୋଇଥିଲେ ଫାଳେ ଆଳୁକୁ ଗ୍ରେଟ କରନ୍ତୁ ଏବଂ ସେଥିରେ ଲେମ୍ବୁ ର.୧ ଚାମଚ ଫ୍ରେଶ କ୍ରିମ ଏବଂ ମୁଲତାନି ମାଟି ମିଶାଇ ଆଖି ତଳେ ଲଗାନ୍ତୁ ଏବଂ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।ଏହା ଦ୍ୱାରା ଆପଣ ପାର୍ଥକ୍ୟ ଜାଣିପାରିବେ ।

ମୁହଁର କଳାଦାଗ ଦୂର କରିବା ପାଇଁ ଅରେଂଜ ପିଲ,ସାଣ୍ଡାଲ ଉଡ ପାଉଡର ଏବଂ ମୁଲତାନି ମାଟିର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହା ସହିତ ଆପଣ କିଛି ବେସନ ଏବଂ ତୁଳସୀ ପତ୍ର ମିଶାଇ ପାରିବେ ।ତ୍ୱଚାରେ ଡିପ କ୍ଲିନିଙ୍ଗ ବା ସ୍କ୍ରବ କରନ୍ତୁ । ପ୍ରତି ସପ୍ତାହରେ ଥରେ ବା ଦୁଇ ଥର ଏଭଳି କରିବା ଦ୍ୱାରା ଆପଣ ଭଲ ଫଳାଫଳା ପାଇପାରିବେ ।

ଏଥିରେ ଆପଣ ଫେଶ ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ ।ଏହା କରିବା ଦ୍ୱାରା ଡେଡ ସ୍କିିନ ବାହାରିଯାଏ ।୧ ଚାମଚ ଲେମ୍ବୁ ରସ,ବ୍ରାଉନ ସୁଗାର,ଶାଗୁ ଦାନା ଏବଂ ୧ ଚାମଚ ମୁଲତାନି ମାଟିକୁ ମିଶାନ୍ତୁ ।ଏଥିପାଇଁ ପ୍ରଥମେ ଶାଗୁଦାନା ଏବଂ ଲେମ୍ବୁ ରସକୁ ଲୋ ଫ୍ଲେମରେ ବସାନ୍ତୁ ଏବଂ ଭଲ ଭାବରେ ଘାଂଟନ୍ତୁ ।ଥଣ୍ଡା ହେବା ପରେ ଚିନି ଏବଂ ମୁଲତାନି ମାଟିକୁ ମିଶାନ୍ତୁ ।ଆଖି ପାଖ ଛାଡ଼ି ଦେଇ ମୁହଁର ଅନ୍ୟ ଭାଗରେ ବ୍ୟବହାର କରନ୍ତୁ ।ଏହାପରେ ୧୦ ମିନିଟ ପାଇଁ ସେହିଭଳି ଲଗାଇ ରଖନ୍ତୁ ।ନଖ ଉଷୁମ ପାଣିରେ କୋମଳ କପଡ଼ାରେ ପୋଛି ଦିଅନ୍ତୁ ଏବଂ ଶେଷରେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ ।ଏହାପରେ ମୁହଁରେ କିଛି ମଏଶ୍ଚରାଇଜର ଲଗାନ୍ତୁ । ତେବେ ଆପଣ ଏହି ମିଶ୍ରଣକୁ ବଢି ମସାଜ ପାଇଁ ମଧ୍ୟ ବ୍ୟବହାର କରିପାରିବେ ।

କେବଳ ସେତିକି ନୁହେଁ ସୁନ୍ଦର କେଶ ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ସେଥିପାଇଁ ୩ ଚାମଚ ମଲତାନି ମାଟିରେ ଗୋଟିଏ ଅଣ୍ଡା ମିଶାନ୍ତୁ ।ଏହାପରେ ଅଁଳା ରସ,ଲେମ୍ବୁ ରସ ଏବଂ ସାମାନ୍ୟ କିଛି ବିୟର ମିଶାନ୍ତୁ ।ଏହାକୁ କେଶରେ ଲଗାଇ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଶାମ୍ପୁ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More