Only for Entertainment

ଆପଣ ମଧ୍ୟ ଏହିଭଳି ଔଷଧ ଖାଉଛନ୍ତି କି?

TimesLIVE
29

ଛୋଟ ପିଲାଙ୍କ ଭଳି ଆପଣଙ୍କୁ ମଧ୍ୟ ଔଷଧ ଖାଇବାକୁ ଭଲ ଲାଗୁନଥିବ । କିନ୍ତୁ ବାଧ୍ୟ ହୋଇ ଔଷଧ ଖାଇବାକୁ ପଡ଼େ । କାରଣ ଏହା ଦ୍ୱାରା ଅସୁସ୍ଥ ଶରୀର ସୁସ୍ଥ ହୋଇଯାଏ । ତେବେ ସବୁଠାରୁ ମୁଖ୍ୟ କଥା ହେଉଛି ଆପଣ ଔଷଧକୁ କେଉଁଭଳି ଖାଉଛନ୍ତି ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ, ଯେଉଁ ବ୍ୟକ୍ତି ବିନା ପାଣିରେ ଔଷଧ ସେବନ କରିଥାନ୍ତି । ତାଙ୍କର ଖାଦ୍ୟ ନଳୀ ଖୁବ୍ ଶୀଘ୍ର ଖରାପ ହୋଇଥାଏ । ଶରୀରରେ ଖାଦ୍ୟ ନଳୀ ପାଟିରୁ ପେଟକୁ ସଂଯୋଗ ହୋଇଛି । ଏହି ପାଟି ଦ୍ୱାରା ପେଟକୁ ଖାଦ୍ୟ ଯାଇଥାଏ ।

ଗବେଷଣା ଅନୁଯାୟୀ, ବିନା ପାଣିରେ ଔଷଧ ସେବନ କରିବା ଦ୍ୱାରା ତାହା ଖାଦ୍ୟ ନଳୀରେ ଅଟକି ରହିଥାଏ । ଯାହାଦ୍ୱାରା ବ୍ୟକ୍ତିଙ୍କୁ ସଂକ୍ରମଣ ବା ଜଳାପୋଡା ଅନୁଭବ ହୋଇଥାଏ । ଏହି ସମସ୍ୟା ବଢିଯାଇ ମୁଣ୍ଡବ୍ୟଥା ଆରମ୍ଭ ହୋଇଥାଏ । ଔଷଧର ସାଇଜ୍ ଅନୁସାରେ ଯନ୍ତ୍ରଣା ବଢିଥାଏ । ଏହାଦ୍ୱାରା ଆପଣଙ୍କୁ ବ୍ଲିଡିଙ୍ଗ ଏବଂ ଅଲସର୍ ସମସ୍ୟା ମଧ୍ୟ ହୋଇପାରେ ।

ସେଥିପାଇଁ ଔଷଧ ସେବନ କଳାବେଳେ ଯେପରି ଗୋଟେ ଗ୍ଲାସ ପାଣି ପିଇବା ପାଇଁ ଧ୍ୟାନ ରଖନ୍ତୁ । ଏହାସହିତ ଶୋଇକି ବିଲକୁଲ୍ ଔଷଧ ସେବନ କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More