Only for Entertainment

ଆପଣଙ୍କ ପ୍ରେମୀ କିପରି ଧରୁଛନ୍ତି ଆପଣଙ୍କ ହାତ ? ଜାଣନ୍ତୁ ଏହାର ଅର୍ଥ

thetreehouse
50

ପ୍ରେମ ଏକ ଅପୂର୍ବ ଅନୁଭବ ଅଟେ । ଯେତେବେଳେ ଦୁଇ ବ୍ୟକ୍ତି ପରସ୍ପର ସହ ପ୍ରେମସମ୍ପର୍କରେ ନିବିଡ ରହିଥାଆନ୍ତି ସେମାନଙ୍କ ଜୀବନ ମଧ୍ୟ ଅତିବ ମନୋରମ ହୋଇଯାଏ । ଏହାସହ ପ୍ରେମ ସମ୍ପର୍କରେ ନିବଦ୍ଧ ଥିବା ଯୋଡି ଯେବେ ପରସ୍ପରକୁ ପ୍ରଥମେ ସ୍ପର୍ଶ କରିଥାଆନ୍ତି ଏହାର ଅନୁଭୂତି କିଛି ନିଆରା ଲାଗିଥାଏ, ଯାହାକି ଶବ୍ଦ ଜରିଆରେ ପରିପ୍ରକାଶ କରିବା ସହଜସାଧ୍ୟ ନୁହେଁ । ଯେତେବେଳେ ଦୁଇ ପ୍ରେମୀ ଯୁଗଳ ପରସ୍ପରଙ୍କ ହାତ ଧରିଥାଆନ୍ତି ସେମାନଙ୍କୁ କିପରି ଅନୁଭବ ହୋଇଥାଏ ଆସନ୍ତୁ ଜାଣିବା ।

  • ଯେତେବେଳେ ଦୁଇ ପ୍ରେମୀ ପରସ୍ପରର ହାତକୁ ଶକ୍ତରେ ଜାବୁଡି ଧରୁଛନ୍ତି ତେବେ ଆପଣଙ୍କ ପ୍ରେମୀ ଆପଣଙ୍କୁ ନେଇ ବହୁତ ସିରିଅସ ଅଟନ୍ତି ବୋଲି ପରିଷ୍କାର ଜଣାପଡିଥାଏ । ଆପଣଙ୍କ ପାର୍ଟନଙ୍କ ହୃଦୟରେ ଆପଣଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯାହାକୁ କେହି କେବେ ଛଡାଇ ନେି ପାରିବେ ନାହିଁ ।
  • ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ହାତକୁ କ୍ରସ କରି ଧରୁଛନ୍ତି ତେବେ ସେ ଆପଣଙ୍କୁ ନେଇ ବହୁତ ଯତ୍ନବାନ ବୋଲି ପରିଲକ୍ଷିତ ହୋଇଥାଏ । ଆପଣଙ୍କ ଖୁସି ପାଇଁ ନିଜ ଖୁସିକୁ ମଧ୍ୟ ତ୍ୟାଗ କରିବା ପାଇଁ ସେ କେବେ ପଛାଇବେ ନାହିଁ ।
  • ଯେତେବେଳେ କୌଣସି ଯୋଡି ଭିଡ ମଧ୍ୟରେ ଦୁହେଁ ଦୁହିଁଙ୍କ ହାତକୁ ଜାବୁଡି ଧରିଥାଆନ୍ତି, ତେବେ ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସାରାଜୀବନ ସେ ତାଙ୍କ ସାଥୀକୁ ନେଇ ବଂଚିବାକୁ ଚାହାନ୍ତି ଏବଂ ଭିଡ ଭିତରେ ମଧ୍ୟ ନିଜର ଭଲ ପାଇବାକୁ ପରିପ୍ରକାଶ କରିବାକୁ ପଛଘୁଂଚା ଦିଅନ୍ତି ନାହିଁ ।
  • ଯଦି ଆପଣଙ୍କ ବନ୍ଧୁ କିଛି ନା କିଛି ବାହାନାରେ ଆପଣଙ୍କ ହାତ ଧରିବା ଲାଗି ଚେଷ୍ଟା କରୁଛନ୍ତି ତେବେ ଏଥିରୁ ସ୍ପଷ୍ଟ ହୋଇଯାଆନ୍ତୁ ଯେ ବନ୍ଧୁତା ସମ୍ପର୍କ ପ୍ରେମର ରୂପ ନେବାକୁ ଲାଗିଲାଣି ଏବଂ ସେ ଆପଣଙ୍କୁ ବନ୍ଧୁ ଠାରୁ ଅଧିକ କିିଛି ଭାବିବାକୁ ଲାଗିଲେଣି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More