Only for Entertainment

୪ବର୍ଷ ପୁଣି ଥରେ ରୋମାନ୍ସ କରିବେ ଏହି ଅଭିନେତ୍ରୀ ! ଏକାସହ କହିବେ ବ୍ୟାଙ୍ଗ ବ୍ୟାଙ୍ଗ ।

popo pics
0 43

ହ୍ରିତିକ ରୋଶନ ଏବଂ କ୍ୟାଟରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ୪ବର୍ଷ ପୂର୍ବେ ଏହି ଯୋଡି ବକ୍ସ ଅଫିସରେ ଏକ ଫିଲ୍ମ ଜରିଆରେ ଖୁବ ଇନକମ୍ କରିଥିଲେ । ସେବେଠାରୁ ଏହି ଦୁଇ ଯୋଡିଙ୍କୁ ଦେଖିବାକୁ ମିଳି ନଥିଲା । ଖବର ମୁତାବକ ଏହି ଦୁଇ ସୁପରଷ୍ଟାର ପୁଣିଥରେ ପରଦାରେ ରୋମାନ୍ସ କରିବେ ।

ହ୍ରିତିକ ଏବଂ କ୍ୟାଟରିନା ଏବେ ପର୍ଯ୍ୟନ୍ତ ଦୁଇଟି ଫିଲ୍ମରେ ନଜରକୁ ଆସିଥିଲେ । ୨୦୧୧ ଆସିଥିବା ‘ଜିନ୍ଦେଗୀ ନା ମିଲେଗୀ ଦୁବାରା‘ ଏବଂ ୨୦୧୪ରେ ଆସିଥିବା ‘ବ୍ୟାଙ୍ଗ ବ୍ୟାଙ୍ଗ’ଫିଲ୍ମରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫେମସ ଯୋଡି ‘ବ୍ୟାଙ୍ଗ ବ୍ୟାଙ୍ଗ’ର ସିକ୍ୱେଲରେ ନଜର ଆସିବେ ଯାହାର ନା’ ରହିଛି ‘ବ୍ୟାଙ୍ଗ ବ୍ୟାଙ୍ଗ ରିଲୋଡେଡ’ । ଏହି ଫିଲ୍ମର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କଥା ସୋସିଆଲ ମିଡିଆରୁ ଜଣା ପଡିଛି । ଯାହାର ସୂଚନା ଟ୍ରେଡ ଆନାଲିଷ୍ଟ ଅତୁଲ ମୋହନ ସୋସିଆଲ ମିଡିଆରେ ଦେଇଛନ୍ତି ।

241864,xcitefun-zindagi-na-milegi-dobara-4ଏଜେନ୍ସିଙ୍କ ସୂଚନା ମୁତାବକ ଫକ୍ସ ଷ୍ଟାର ଚଳିତ ସପ୍ତାହରେ ଫିଲ୍ମର ନା’ ରେଜିଷ୍ଟର କରିପାରନ୍ତି । ନିର୍ମାତା ଚାହୁଁଛନ୍ତି ସିକ୍ୱେଲରେ ମଧ୍ୟ ହ୍ରିତିକ ଏବଂ କ୍ୟାଟ୍ରିନାଙ୍କୁ ନିଆଯାଉ । ଏବେ ପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ସହ ଫିଲ୍ମ ସମ୍ପର୍କରେ କଥାବାର୍ତ୍ତ କରାଯାଇନାହିଁ । ଫିଲ୍ମର ସ୍କ୍ରିପ୍ଟ ଫାଇନାଲ ହେଲା ପରେ କଳାକାରଙ୍କ ସହ ଆଲୋଚନା କରାଯିବ ।

ଫିଲ୍ମ ସମ୍ପର୍କରେ ନିର୍ମାତା ବିଶେଷ କିଛି ଟିପ୍ପଣୀ ଦେଇ ନାହାନ୍ତି । ବ୍ୟାଙ୍ଗ ବ୍ୟାଙ୍ଗ ଫିଲ୍ମ ୨୦୧୪ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ୧୪୦କୋଟି ବଜେଯରେ ନିର୍ମିତ ହୋଇଥିଲା ମାତ୍ର ବକ୍ସ ଅଫିସ ଏହି ଫିଲ୍ମକୁ ନେଇ ୩୬୫କୋଟି ଇନକମ୍ କରିଥିଲା । ଆଶା କରାଯାଉଛି ଯେ ଯଦି ବ୍ୟାଙ୍ଗବ୍ୟାଙ୍ଗର ଷ୍ଟାରଙ୍କୁ ନେଇ କାଷ୍ଟ କରାଯାଏ ତେବେ ଫିଲ୍ମ ହିଟ ହେବା ସୁନିଶ୍ଚିତ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More