Only for Entertainment

ବର୍ଥଡେ ସ୍ପେଶାଲ : ଏହି ପପୁଲାର ଅଭିନେତ୍ରୀଙ୍କ ପାଇଁ ହ୍ରିତିକ ଏବଂ ସୁଜୈନଙ୍କ ସମ୍ପର୍କରେ ଆସିଥିଲା ଝଡ !

19

ବିଶ୍ୱର ହ୍ୟାଣ୍ଡସମ ହଙ୍କ ହ୍ରିତିକଙ୍କର ଆଜି ୪୫ତମ ଜନ୍ମ ଦିବସ । ହ୍ରିତିକ ୧୦ଜାନୁୟାରୀ ୧୯୭୪ରେ ଜନ୍ମ ମୁମ୍ବାଇରେ ଜନ୍ମ ହୋଇଥିଲେ । ହ୍ରିତିକ ନିଜ କ୍ୟାରିଅର ଆରମ୍ଭ ବର୍ଷ ୨୦୦୦ରେ ଫିଲ୍ମ ‘କହୋନା ପ୍ୟାର ହେ’ରୁ ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅମୀଶା ପଟେଲ । ଏହି ଫିଲ୍ମ ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ନିଜ ଫିଲ୍ମ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ । ଫିଲ୍ମି ପରଦାରେ ସେ ନମ୍ବର ୱାନ ହିରୋ ଅଟନ୍ତି କିନ୍ତୁ ଅସଲ ଜୀବନରେ ଅନେକ ବାଧା ବିଘ୍ନର ଶିକାର ହୋଇଛନ୍ତି ହ୍ରିତିକ ।

ହ୍ରିତିକ ୨୦୦୦ରେ ସୁଜୈନ ଖାନଙ୍କୁ ବିବାହ କରିଥିଲେ । ଗୋଟେ ସମୟ ଥିଲା ଯେତେବେଳେ ଦୁହିଁଙ୍କ ଅଫେୟାର ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆସନ୍ତୁ ହ୍ରିତିକ ବର୍ଥଡେ ଜାଣିବା ତାଙ୍କର ଆଉ ସୁଜୈନଙ୍କ ଲଭ ଷ୍ଟୋରୀ ।

ଦୁହେଁ ଦୁହିଁଙ୍କ ପଡୋଶୀ ଥିଲେ । ୧୨ବର୍ଷ ବୟସରେ ହ୍ରିତିକ ସୁଜୈନଙ୍କୁ ଭଲ ପାଉଥିଲେ । ହ୍ରିତିକ ଙ୍କ ପରି ସୁଜୈନଙ୍କ ପରିବାର ମଧ୍ୟ ଫିଲ୍ମ ସହ ଜଡିତ ଥିଲେ । ସେ ଅଭିନେତା ସଂଜୟ ଖାନଙ୍କ ଝିଅ ଅଟନ୍ତି । ସେ ସମୟରେ ସିନା ହ୍ରିତିକ ସୁଜୈନଙ୍କ ମନ କଥା କହିପାରିନଥିଲେ ମାତ୍ର ସେ ତାଙ୍କ ବନ୍ଧୁ ଉଦୟ ଚୋପ୍ରାଙ୍କୁ ଏ ସମ୍ପର୍କରେ କହିଥିଲେ ଯେ ସୁଜୈନଙ୍କୁ ବିବାହ କରିବାକୁ ଚାହାନ୍ତି । ଯଦିଓ ଦୁହେଁ ନିଜ ନିଜ କ୍ୟାରିଅର ପାଇଁ ଆଗକୁ ବଢିଯାଇଥିଲେ ମାତ୍ର ପରେ ଦୁହେଁ ଦୁହିଁଙ୍କୁ ଦେଖା କରିଥିଲେ ଏବଂ ସମ୍ପର୍କ ଆଗକୁ ବଢିଥିଲା ।

୨୦ଡିସେମ୍ବର, ୨୦୦୦ରେ ହ୍ରିତିକ ଏବଂ ସୁଜୈନ ବିବାହ କରିନେଲେ । ବିବାହର ସମସ୍ତ ରୀତିନୀତି ସହ ଦୁହେଁ ଏକାଠି ରହିଲେ । ବିବାହର ୬ବର୍ଷ ପରେ ୨୦୦୬ରେ ଋହାନ ଏବଂ ୨୦୦୮ରେ ଋୁଦାନ ଜନ୍ମ ହୋଇଥିଲେ । ଦୁହିଁଙ୍କ ବୈବାହିକ ଜୀବନ ଭଲ ଚାଲିଥିଲା ମାତ୍ର କେବେ ଦୁହିଁଙ୍କ ସମ୍ପର୍କରେ ଝଡ ଆସିଲା ଜଣା ପଡିଲାନି । ୧୩ଡିସେମ୍ବର, ୨୦୧୪ରେ ଦୁହେଁ ନିଜ ୧୭ବର୍ଷର ସମ୍ପର୍କ ଭାଙ୍ଗି ଦେଇଥିଲେ ।

ଏହି ଦୁହିଁଙ୍କ ସମ୍ପର୍କର ଭାଙ୍ଗିବା କାରଣ କଙ୍ଗନା ରଣାୱତ ଥିଲେ । ସୁଜୈନ ହ୍ରିତିକ ଏବଂ କଙ୍ଗନାଙ୍କ ସମ୍ପର୍କ ଥିବା ଜାଣିଥିଲେ ଏହି କାରଣରୁ ସେ ଛାଡପତ୍ର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More