Only for Entertainment

ରିଲିଜ ହେଲା ହ୍ରିତିକ ରୋଶନଙ୍କ ଷ୍ଟାରର ଫିଲ୍ମ ‘ସୁପର ୩୦’ର ନୂଆ ପୋଷ୍ଟର, ଏହି ଦିନ ରିଲିଜ ହେବ ଟ୍ରେଲର

divyamarathi
24

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ ‘ସୁପର ୩୦’ର ନୂଆ ପୋଷ୍ଟର ନିକଟରେ ଜାରି କରାଯାଇଛି । ପୋଷ୍ଟରେ ହରିତିକ ଗର୍ବର ସହିତ ନିଜ ଛାତ୍ରମାନଙ୍କ ପଛରେ ଠିଆ ହୋଇଥିବା ନଜର ଆସିଛନ୍ତି । ପୋଷ୍ଟର ସହିତ ମେକର୍ସ ଏହାର ଟ୍ରେଲର ରିଲିଜ ଡେଟ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମର ଟ୍ରେଲର ୪ ଜୁନରେ ରିଲିଜ ହେବ ।

ନାଜିଆଡୱାଲା ପ୍ରଡକ୍ସନ ହାଉସରେ ନର୍ମିତ ଫିଲ୍ମ ‘ସୁପର ୩୦’ ଗଣିତଜ୍ଞ ଅନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ସେ ଗରିବ ପିଲାମାନଙ୍କୁ ଆଇଆଇଟି ପରି ସଂସ୍ଥାନ ପହଁ ଚାଇବା ପାଇଁ ପ୍ରୟାସ କରନ୍ତି । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ । ଏହି ଫିଲ୍ମ ଜରିଆରେ ମୃଣାଳ ବଲିଉଡରେ ପାଦ ଦେବେ ।

ସବୁଠାରୁ ଖାସ କଥା ହେଉଛି, ଏହି ଫିଲ୍ମରେ ବିକାଶ ବହଲଙ୍କୁ ନିର୍ଦ୍ଦେଶନା କ୍ରେଡିଟ ଦିଆଯାଇଛି । କହିରଖୁଛୁ ଯେ, ମି ଠୁରେ ଫସିବା ପରେ ଫିଲ୍ମରୁ ତାଙ୍କୁ କାଢି ଦିଆଯାଇଥିଲା । ଏବେ କୋର୍ଟରୁ କ୍ଲିନ ଚିଟ ମିଳିବା ପରେ ବିକାଶଙ୍କୁ ନିର୍ଦ୍ଦେଶନା କ୍ରେଡିଟ ଦିଆଯାଇଛି । ଫିଲ୍ମ ୧୨ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More