Only for Entertainment

୧୪ଟି ସହର ଏବଂ ୬ଟି ଦେଶରେ ହେବ ବାନୀ, ହ୍ରିତିକ ଏବଂ ଟାଇଗରଙ୍କ ବଡ ବଜେଟ ଫିଲ୍ମ ସୁଟ୍ !

zeenews
0 29

ନିଜ ଡ୍ୟାନ୍ସ ଏବଂ ଅଭିନୟ ଦ୍ୱାରା ପରିଚିତ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଖୁବ ଶୀଘ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମରେ ଏକାସହ ନଜର ଆସିବେ । ଏହି ଫିଲ୍ମରେ କେବଳ ଆକ୍ସନ ସିକ୍ୱେନ୍ସ ଦେଖିବାକୁ ମିଳିବ ନାହିଁ ବରଂ ଏହି ବଡ ବଜେଟ ଫିଲ୍ମ ବଡ ଆକାରରେ ସୁଟ କରାଯିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ୟଶରାଜ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଆକ୍ସନ ଫିଲ୍ମ ୧୪ଟି ସହର ଏବଂ ୬ଟି ଶାନଦାର ଦେଶରେ ସୁଟ କରାଯିବ ।

ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି ଏହି ଫିଲ୍ମରେ ଆକ୍ସନ ସିକ୍ୱେନ୍ସ ବଡ ବଡ ହଲିଉଡ ଫିଲ୍ମକୁ ମାତ ଦେଇପାରିବେ । ଏହି ଫିଲ୍ମର ସୁଟିଂ ସ୍ପେନ, ଜର୍ଜିଆ, ଇଟଲୀ, ପର୍ତ୍ତୁଗାଲ ଏବଂ ସ୍ୱିଡେନରେ ମଧ୍ୟ ହେବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ହ୍ରିତିକ ଏବଂ ଟାଇଗର ଏକା ସହ ନଜର ଆସିବେ । ୟଶରାଜର ଏହି ଫିଲ୍ମକୁ ଏକ ବଡ ସ୍ତରରେ ସୁଟ କରାଯିବ । ହ୍ରିତିକ ଏବଂ ଟାଇଗରଙ୍କ ବ୍ୟତୀତ ଏହି ଫିଲ୍ମରେ ନଜର ଆସିବେ ବାନୀ କପୁର ଏବଂ ଫିଲ୍ମ ସୁଟିଂ ସେପ୍ଟେମ୍ବରରେ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More