Only for Entertainment

ଆସନ୍ତା ବର୍ଷ ଜାନୁଆରୀରେ ଆରମ୍ଭ ହୋଇପାରେ ହ୍ରିତିକ ରୋଶନ ଷ୍ଟାରର ‘କ୍ରିଶ-୪’ର ସୁଟିଂ !

29

ପୂର୍ବରୁ ରିଲିଜ ହୋଇଥିବା ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର୩୦’ ଏବଂ ୱାର’ ବକ୍ସଅଫିସରେ ଖୁବ ଭଲ ଆୟ କଲା ପରେ ଖବର ଶୁଣିବାକୁ ମିଳିଥିଲା ଯେ ଖୁବଶୀଘ୍ର ଫରାହ ଖାନଙ୍କ ଆଗାମୀ ଫିଲ୍ମ ‘ସତେ ପେ ସତା’ର ରିମେକରେ ନଜର ଆସିବେ ହ୍ରିତିକ । କିନ୍ତୁ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଖବର ମିଳିନି । ଏହାବ୍ୟତୀତ ସେ ନିଜ ସୁପର ହିରୋ ଫିଲ୍ମ ‘କ୍ରିଶ-୪’ ପ୍ରସ୍ତୁତି ଆରମ୍ଭ କରିବେ ।

ଏକ ରିପୋର୍ଟ ମୁତାବକ ରାକେଶ ରୋଶନ ଆସନ୍ତା ମାସ ଫିଲ୍ମ ‘କ୍ରିଶ-୪’ବିଷୟରେ ସ୍ପଷ୍ଟ ଖବର ଘୋଷଣା କରିବେ । ରିପୋର୍ଟରେ ଏହାମଧ୍ୟ କୁହାଯାଇଛି ଯେ, ଫିଲ୍ମ ଜାନୁଆରୀ, ୨୦୨୦ରେ ଆରମ୍ଭ ହେବ ।

ଏଠାରେ ଆମେ କହି ରଖୁଛୁ ଯେ କ୍ରିଷ୪’ଘୋଷଣା ଚଳିତ ମାସ ହେବାକୁ ଥିଲା କିନ୍ତୁ ରାକେଶ ରୋଶନ ଏବେ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି । ଫିଲ୍ମ ଏଥର ଭିନ୍ନ ରହିବ ଯାହା ଆଗରୁ କେବେ ହୋଇନଥିଲା ଏବଂ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ ସଂଜୟ ଗୁପ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More