Only for Entertainment

‘କ୍ରିଶ୍ – ୪’ର ପ୍ରସ୍ତୁତି ଆରମ୍ଭ କଲେ ହ୍ରିତିକ୍ ରୋଶନ୍, ଦେଖନ୍ତୁ ଭିଡିଓ

hrithik roshan instagram video
41

ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଏବେ ଖୁବ ଚର୍ଚ୍ଚାରେ । ହ୍ରିତିକ୍ ଏବେ ନିଜ ଅପକମିଂ ଫିଲ୍ମ ‘କ୍ରିଶ୍ – ଫୋର୍’ର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସିନେମା ପାଇଁ ବଡି ବନାଇବାରେ ଲାଗିଛନ୍ତି ହ୍ରିତିକ୍ । ଏହି ଫିଲ୍ମ ପାଇଁ ଆଜିକାଲି ହ୍ରିତିକ୍ ଜିମରେ ଖୁବ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି । ଆଉ ନିଜ ୱାର୍କଆଉଟ୍ ସମୟର କିଛି ଭିଡିଓକୁ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି ହ୍ରିତିକ୍ ରୋଶନ୍ ।

ଦେଖନ୍ତୁ-

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ହ୍ରିତିକଙ୍କୁ ଖୁବଶୀଘ୍ର ଚଳଚ୍ଚିତ୍ର ‘ସୁପର୍ ଥାର୍ଟି’ରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ । ଫିଲ୍ମରେ ହ୍ରିତିକ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ମୃନାଲ ଠାକୁର ନଜର ଆସିବେ । କହିରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ କରୁଥିବା ବେଳେ ଫିଲ୍ମଟି ୨୬ ଜୁଲାଇ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More