Only for Entertainment

ରିଲିଜ ହେଉ ହେଉ ଟ୍ରେଣ୍ଡରେ ‘ସୁପର ୩୦’ର ଟ୍ରେଲର, ଟିଚର ହୋଇ ଛାଇଲେ ହ୍ରିତିକ

zee news
28

ବଲିଉଡର ହାର୍ଟଥ୍ରୋବ ହ୍ରିତିକ ରୋଶନ ଦୁଇ ବର୍ଷ ପରେ ପୁଣିଥରେ ବବକ୍ସ ଅଫିସରେ ଛାଇବା ପାଇଁ ପ୍ରସ୍ତୁତ ଅ ଛନ୍ତି । ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର ୩୦’ର ଟ୍ରେଲର ଆଜି ରିଲିଜ କରାଯାଇଛି । ହ୍ରିତିକଙ୍କ ଏହି ନୂଆ ଫିଲ୍ମ ବିହାରର ଫେମସ ଟିଚର ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ହ୍ରିତିକ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ । ବିକାଶ ବହଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୨ ଜୁଲାଇରେ ରିଲିଜ ହେବ ।

ଫିଲ୍ମର ଟ୍ରେଲରକୁ ହ୍ରିତିକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଫିଲ୍ମର ଟ୍ରେଲର ଦେଖିବା ପରେ ଲାଗୁଛି ହ୍ରିତିକ ବକ୍ସ ଅଫିସରେ ଦୁଇ ହର୍ଷ ପରେ ପୁଣିଥରେ ଧମାକା କରିବେ । ଟ୍ରେଲର ରିଲିଜ ହେବା ପରେ ଏହା ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି । ଫିଲ୍ମରେ ହ୍ରିତିକ ଗରିବ ପିଲା ମାନଙ୍କୁ କିପରି ତାଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହୁଅନ୍ତି ତାହା ଦେଖିବାକୁ ମିଳିବ । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ । ଏହା ତାହ୍କର ପ୍ରଥମ ବଲିଉଡ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More