Only for Entertainment

ଏହି ଦିନ ରିଲିଜ ହେବ ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’

google
25

ଶେଷରେ ଅଭିନେତା ହ୍ରିତିକି ରୋଶନଙ୍କ ଫିଲ୍ମ ‘ସୁପର ୩୦’ର ନୂଆ ରିଲିଜ ଡେ,ଟ ବିଷୟରେ ଘୋଷଣା କରାଯାଇଛି । ଏହି ଫିଲ୍ମ ପ୍ରଥମେ ୨୬ ଜୁଲାଇରେ ରିଲିଜ ହେବାର ଥିଲା । କିନ୍ତଲୁ ଏକତା କପୁରଙ୍କ ଫିଲ୍ମ ‘ ମେ ଣ୍ଟାଲ ହେ କ୍ୟା’ ସହିତ ସାମ୍ନା ସାମ୍ନୀ ହେବା ବିବାଦ ପାଇଁ ଏହାର ରିଲିଜ ଡେଟରେ ପରିବତ୍ତନ କରାଯାଇଛି । ଫିଲ୍ମର ରିଲିଜ ଡେଟରେ ହୋଇଥିବା ପରିବତ୍ତନ ବିଷୟରେ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏକ ଟ୍ୱିଟ କରି ଜଣାଇଛନ୍ତି ।

ଏବେ ଏହି ଫିଲ୍ମ ୨୬ ଜୁଲାଇ ପରିବର୍ତ୍ତେ ୧୨ ଜୁଲାଇରେ ରିଲିଜ କରାଯିବ । ଏହି ଦିନ ମଧ୍ୟ ଏକତା କପୁରଙ୍କ ଆଉ ଏକ ଫିଲ୍ମ ରିଲିଜ ହେବ । ତାହା ହେଉଛି ପରିଣିତି ଚୋପ୍ରା ଏବଂ ସିଦ୍ଦାର୍ଥ ମଲହୋତ୍ରାଙ୍କ ଫିଲ୍ମ ଜବରିଆ ଯୋଡି ।

କହିରଖୁଛୁ ଯେ, ହ୍ରିତିକଙ୍କ ଫିଲ୍ମ ‘ସୁପର ୩୦’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମରେ ହ୍ରିତିକଙ୍କ ବିପକ୍ଷରେ ମୃଣାଲ ଠାକୁର ନଜର ଆସିବେ । ଏହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More