Only for Entertainment

ବିକାଶ ବହଲ ବିବାଦରେ ଫସିବା ପରେ ଅଡୁଆରେ ପଡିପାରେ ହ୍ରିତିକଙ୍କ ଫିଲ୍ମ ‘ସୁପର-୩୦’, ଆଗକୁ ବଢିପାରେ ରିଲିଜ ଡେଟ ।

Quint Hindi
21

ନିର୍ଦ୍ଦେଶକ ବିକାଶ ବହଲଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିବା ପରେ ଅଭିନେତା ହ୍ରିତିକ ରୋଶନ ସୋସିଆଲ ମିଡିଆରେ ନଜର ବୟାନ ଦେଇଥିଲେ । ସେ କହିଥିଲେ ଏପରି ଜଣେ ଲୋକ ସହିତ କାମ କରିବା ଅସମ୍ଭବ ଅଟେ ।

ଆପଣଙ୍କୁ କହିରଖୁଛୁ ଯେ, ଆଗରୁ ମଧ୍ୟ ବିକାଶଙ୍କ କେସ ସାମ୍ନାକୁ ଆସିଥିଲା ମାତ୍ର ସେତେବେଳେ ସମସ୍ତ ଏହାକୁ ନଜର ଅନ୍ଦାଜ କରିଥିଲେ । କିନ୍ତୁ ଏବେ ଏହି ମାମଲା ଉଠିବା ପରେ ବିକାଶ ବହଲ ଅଡୁଆରେ ଫସିଯାଇଛନ୍ତି । ଏହା ପରେ ବି-ଟାଉନର ଅନେକ ସେଲିବ୍ରିଟି ବିକାଶ ଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି । ବିକାଶଙ୍କ ଫିଲ୍ମ ‘ସୁପର-୩୦’ରେ ହ୍ରିତିକ ଏବେ କାମ କରୁଛନ୍ତି ଏବଂ ଫିଲ୍ମଟି ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବାକୁ ସ୍ଥିର ହୋଇଛି । କିନ୍ତୁ ଏବେ ଫିଲ୍ମର ରିଲିଜ ଡେଟକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।


ଖବର ଅନୁସାରେ ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ପୂର୍ବ ସୂଚନା ଅନୁସାରେ ‘ସୁପର-୩୦’ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’କୁ ବକ୍ସ ଅଫିସରେ ଟକ୍କର ଦେଇଥାନ୍ତା କିନ୍ତୁ ବିକାଶ ବହଲଙ୍କ ନାମ ବିବାଦକୁ ଆସିବା ପରେ ତାଙ୍କୁ ଏହି ପ୍ରୋଜେକ୍ଟରୁ ବାହାର କରି ଦିଆଯାଇଛି । ସେଥିପାଇଁ ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇଦିଆଯାଇଛି । କିନ୍ତୁ ଏହି ବିଷୟରେ ନିର୍ମାତାଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନଥିବା ବେଳେ ଖୁବ ଶୀଘ୍ର ଏହାର ଏକ ଘୋଷଣା କରାଯିବା ବୋଲି ଆଶା କରାଯାଉଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More