Only for Entertainment

ପରଦାରେ ଜମିବ ହ୍ରିତିକ-ଅନୁଷ୍କାଙ୍କ ଯୋଡ଼ି

the indian express
46

ପ୍ରଥମେ ଫିଲ୍ମ ସୁପର ୩୦ ଏବେ ୱାର ଫିଲ୍ମର ବିପୁଳ ସଫଳତା ପରେ ପୁଣି ଏକ ଫିଲ୍ମରେ ନଜର ଆସିବେ କହୋ ନା ପ୍ୟାର ହୈ’ର ନାୟକ ହ୍ରିତିକ ରୋଶନ ।ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା।

 

ଯଦି ଏ ଖବର ସତ ହୁଏ, ତା’ହେଲେ ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଆଉ ଏହି ନୂଆ ଯୋଡ଼ିଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ମଧ୍ୟ ଆଶା କରାଯାଉଛି।ଫର୍‌ହା ଏ ଫିଲ୍ମର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ହ୍ରିତିକ୍ ଓ ଅନୁଷ୍କାଙ୍କୁ ନେଇ ଷ୍ଟାର୍‌କାଷ୍ଟ୍ ବି ଫାଇନାଲ୍ କରି ସାରିଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍ ସେଟ୍ଟୀ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ। ଫର୍‌ହା ଏହାକୁ ୨୦୨୧ ପ୍ରାରମ୍ଭରେ ରିଲିଜ୍ କରାଇବାକୁ ଚାହୁଁଛନ୍ତି। ଚର୍ଚ୍ଚା ହେଉଛି, ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବ। ତେବେ ଫର୍‌ହା ଏ ନେଇ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ସବୁକିଛି ଫାଇନାଲ୍‌ ହେବା ପରେ ଏହି ଫିଲ୍ମ ସଂପର୍କରେ ଅଫିସିଆଲ୍‌ ଘୋଷଣା କରାଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More