Only for Entertainment

୨୦୧୯ରେ ହ୍ରିତିକ ରୋଶନ ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ ହେବ ଟକ୍କର, ଏହା ହେଉଛି କାରଣ ।

The Indian Wire
0 29

ଖୁବ ଶୀଘ୍ର ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ କଙ୍ଗନା ରଣାୱତଙ୍କର ବଡ ପରଦାରେ ଟକ୍କର ଦେଖିବାକୁ ମିଳିବ । କାରଣ ଦୁଇ ଜଣଙ୍କ ଫିଲ୍ମ ଏକା ସହିତ ରିଲିଜ ହେବାର ପୁରା ସମ୍ଭାବନା ରହିଛି । କଙ୍ଗନା ଏବେ ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାଂସୀ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ହ୍ରିତିକ ରୋଶନ ବାୟୋପିକ ଡ୍ରାମା ଫିଲ୍ମ ପ୍ରୋଜେକ୍ଟ ‘ସୁପର-୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ରିପୋର୍ଟ ଅନୁସାରେ ଚଳିତବର୍ଷ ଶେଷ ଆଡକୁ କୌଣସି ବଡ ଫିଲ୍ମ ରିଲିଜ ହେବାର ନାହିଁ । ଏହା ମଧ୍ୟରେ ଏପରି କୌଣସି ତାରିଖ ନାହିଁ ଯେଉଁ ତାରିଖରେ ମଣିକର୍ଣ୍ଣିକା ରିଲିଜ କରାଯିବ । ତେଣୁ ଫିଲ୍ମରୁ ଗଣତନ୍ତ୍ର ଦିବସରେ ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି । ହ୍ରିତିକଙ୍କ ଫିଲ୍ମ ‘ସୁପର-୩୦’ ୨୬ ଜାନୁଆରୀରେ ରିଲିଜ ହେବା ପାଇଁ ଠିକ କରାଯାଇଛି । ଏଥିରୁ ଜାଣାପଡୁଛି ଯେ ଦୁଇ ଷ୍ଟାରଙ୍କ ମଧ୍ୟରେ ଟକ୍କର ଦେବାର ଅଧିକ ସମ୍ଭାବନା ରହିଛି ।

କହିରଖୁଛୁ ଯେ ଫିଲ୍ମ ‘ସୁପର-୩୦’ର ରିଲିଜ ଡେଟ ପୂର୍ବରୁ ଘେଷଣା କରାଯାଇଛି । ଅନ୍ୟପକ୍ଷରେ ମଣିକର୍ଣ୍ଣିକାର ରିଲିଜ ଡେଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଫିଲ୍ମ ରିଲିଜ ଡେଟ ଚଳିତ ବର୍ଷ ଏପ୍ରିଲରେ ରିଲିଜ କରାଯିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ସୁଟିଂରେ ବିଳମ୍ବ ହବାରୁ ଏହାର ରିଲିଜ ଡେଟକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More