Only for Entertainment

ତେବେ ଭଂସାଲୀଙ୍କ ‘ଇଂଶାଲ୍ଲାହ’ରେ ସଲମାନଙ୍କ ସ୍ଥାନରେ ନଜର ଆସିବେ ହ୍ରିତିକ !

51

କିଛି ଦିନ ହେବ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ଖୁବ ଚର୍ଚ୍ଚାରେ ରହିଥିଲା ।ସଲମାନ ଖାନ ଫିଲ୍ମ ଛାଡିବା ପରେ ଭଂସାଲୀ ଏହି ଫିଲ୍ମକୁ ସ୍ଥଗିତ ରଖିଥିଲେ । ଏହିକାରଣରୁ ଫ୍ୟାନ୍ସଙ୍କ ସମେତ ଆଲିୟାଙ୍କ ହୃଦୟ ମଧ୍ୟ ଭାଙ୍ଗି ପଡିଥିଲା । ଫ୍ୟାନ୍ସମାନେ ଏବେ ମଧ୍ୟ ଏହି ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଏବେ ଖବର ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ ସଲମାନଙ୍କ ଜାଗାରେ ହ୍ରିତିକ ନଜର ଆସିବେ ।

ଭଂସାଲୀ ଏବଂ ସଲମାନଙ୍କୁ ହାରାହାରି ୨୦ବର୍ଷ ପରେ ଗୋଟିଏ ପ୍ରୋଜେକ୍ଟରେ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଚାହିଁ ବସିଥିଲେ । ଏହାବ୍ୟତୀତ ଆଲିୟା ଏବଂ ସଲମାନ ଖାନଙ୍କ ଯୋଡିକୁ ନେଇ ଖୁବ ଚର୍ଚ୍ଚା ଧରି ଥିଲା ।

କିନ୍ତୁ ଏହା ସ୍ଥଗିତ ହେବା ଫ୍ୟାନ୍ସଙ୍କ ମନକୁ ଖୁବ ଆଘାତ ଲାଗିଥିଲା । ମାତ୍ର ଏବେ ଶୁଣିବାକୁ ମିଳିଛି ଯେ ଭଂସାଲୀ ହ୍ରିତିକଙ୍କୁ ଭେଟ କରିଛନ୍ତି ଏବଂ ଏହାପରେ ଅନୂମାନ ହେଉଛି ଯେ ସେ ଖୁବ ଶୀଘ୍ର ସଲମାନଙ୍କ ବଦଳରେ ଏହି ପ୍ରୋଜେକ୍ଟରେ ନଜର ଆସିବେ । ମାତ୍ର ଏ ସମ୍ପର୍କରେ ଅଫିସିଆଲ ଘୋଷଣା ଏବେ ପର୍ଯ୍ୟନ୍ତ ହୋଇନାହିଁ । ଫ୍ୟାନ୍ସମାନେ ଏହି ଫିଲ୍ମକୁ ଉତ୍ସାହର ସହ ଚାହିଁବସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More