Only for Entertainment

ହ୍ରିତିକଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟାଇଗର,ଏହି ଭିଡ଼ିଓ ଆପଣ ମିସ କରିପାରିବେ ନାହିଁ ।

amarujala
0 44

ବଲିଉଡର ବାଗୀ ଏବଂ ଜ୍ୟାକି ସ୍ରଫଙ୍କ ପୁଅ ଟାଇଗର ସ୍ରଫ ଆଜିକାଲି ପ୍ରତ୍ୟେକ ଯୁବକଙ୍କ ପାଇଁ ଫିଟନେସର ପ୍ରତୀକ ସାଜିଛନ୍ତି । କେବଳ ସେତିକି ନୁହେଁ ଇନ୍ସପିରେସନ କହିଲେ ଭୁଲ ହେବ ନାହିଁ । ଟାଇଗର ଅଧିକାଂଶ ସମୟ ଜିମରେ ଏକ୍ସରସାଇଜ କରି ବିତାଇଥାନ୍ତି । କିଛି ସମୟ ପୂର୍ବରୁ ଟାଇଗର ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଡମ୍ବଲ ଉଠାଉଥିବାର ନଜର ଆସିଛନ୍ତି ।

ଟାଇଗରଙ୍କ ବଡ଼ି ଦେଖିଲେ ଆପଣ ମଧ୍ୟ ତାଙ୍କର ଦିୱାନା ହୋଇଯିବେ । ସେ ତାଙ୍କର ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତିଯେ ସୁପରହିରୋଙ୍କ ଭଳି ଦେଖାଯିବା ପାଇଁ ନୂଆ ଅବତାରର ଆବଶ୍ୟକତା ରହିଛି । ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସେ ତାଙ୍କ କ୍ୟାପ୍ସନରେ ହ୍ରିତିକ ଭର୍ସେସ ଟାଇଗର ବୋଲି ଲେଖିଛନ୍ତି ।

 


ଏହି ବର୍ଷ ଟାଇଗରଙ୍କ ବାଗୀ ଟୁ ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଛି । ତେବେ ଫିଲ୍ମରେ ଦିଶାଙ୍କ ସହିତ ତାଙ୍କ ଲଭ କେମେଷ୍ଟ୍ରି ଅପେକ୍ଷା ଆକ୍ସନକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଟାଇଗର ତାଙ୍କର ଆଗାମୀ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର ଟୁ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More