Only for Entertainment

ରଜନୀକାନ୍ତ କେଉଁ ଆକ୍ଟରଙ୍କୁ ନକଲ କରୁଥିଲେ, ଏବଂ ସିଗାରେଟ ଟାଣିବା ଶୈଳୀ କାହାଠାରୁ ଶିଖିଲେ?

lallantop
28

୨.୦ ସିନେମା ଘରେ ରିଲିଜ ହେବାକୁ ଦୁଇ ସପ୍ତାହ ବାକି ଅଛି । ଏହି କାରଣରୁ ରଜନୀକାନ୍ତ ଏବେ ଖୁବ ଚର୍ଚ୍ଚାରେ । ନିକଟରେ ଇଣ୍ଡିଆ ଟୁଡେରେଏକ ଇଂଟରଭ୍ୟୁ ଦେଇଥିଲେ ରଜନୀକାନ୍ତ । ସେଠାରେ ରଜନୀ ଏଭଳି କିଛି କଥାର ଖୁଲାସା କରିଛନ୍ତି ଯାହାକୁ ହୁଏତ ଆପଣ ଜାଣିନଥିବେ । ସମସ୍ତ ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ହେଉଛି ଆପଣ ଜୀବନରେ ସବୁଠାରୁ ବଡ଼ କଥା କ’ଣ ଖିଖିଲେ? ହଠାତ ସେ ଜୋରରେ କହିଲେ ସବୁକିଛି ଡ୍ରାମା ।

ସିଗ୍ନେଚର ଷ୍ଟାଇଲ ସେ କାହାଠାରୁ ଶିଖିଲେ ଏହାର ମଧ୍ୟ ଖୁଲାସା କରିଛନ୍ତି ରଜନୀକାନ୍ତ । ବାସ୍ତବରେ ଏହାର ଶ୍ରେୟ ସେ ନିର୍ଦ୍ଦେଶକ ବାଲାଜନ୍ଦରଙ୍କୁ ଦେଇଛନ୍ତି । ସେ କହିଛନ୍ତିଯେ ନିର୍ଦ୍ଦେଶକ ବାଲାଚନ୍ଦର ମୋ ମଧ୍ୟରେ ସମସ୍ତ ଟ୍ୟାଲେଂଟକୁ ଦେଖି ପାରିଥିଲେ । ଅଭିନୟ ସମୟରେ ସେ ମୋର ସମସ୍ତ ଗୁଣକୁ ଚିହ୍ନି ପାରିଥିଲେ ଏବଂ ଏହାକୁ ସେହିଭଳି ରଖିବାକୁ କହିଥିଲେ । ସେ କହିଲେ ଏହା ତୁମ ମୌଳିକତା, ତୁମର ଶୈଳୀ, ତୁମର ହସ୍ତାକ୍ଷର ଏବଂ ତୁମର ଷ୍ଟାଇଲ । ଏହିଭଳି କୋ ଶୈଳୀ ବିକଶିତ ହେଲା ।

ଏହିଠାରୁ ଆରମ୍ଭ ହେଲା ରଜନୀଙ୍କ ଏକ ଆତ୍ମବିଶ୍ୱାସ ଏବଂ ପୁରୁଣା ଦିନକୁ କେବେ ମଧ୍ୟ ଫେରି ଦେଖିନାହାଁନ୍ତି । ତେବେ ରଜନୀକାନ୍ତ ଶତ୍ରୁଘ୍ନ ସିହ୍ନାଙ୍କୁ ଦେଖି ସିଗାରେଟ ଟାଣିବା ଶିଖିଥିଲେ । ଯାହାପରେ ସିଗାରେଟ ଟାଣିବା ଶୈଳୀରେ ଅଧିକ ପରିବର୍ତ୍ତନ ଆଣିଥିଲେ । ହଜାରରୁ ଅଧିକ ଥର ପ୍ରଚେଷ୍ଟା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More