Only for Entertainment

ବଲିଉଡ ଷ୍ଟାଇଲରେ ହଲିଉଡ ମାର୍ସମେଲୋଙ୍କ ‘ବିବା ନଚଦି’ ।

aajtak
42

ପ୍ରଖ୍ୟାତ ହଲିଉଡ୍ ଡି.ଜେ ମାର୍ସମେଲୋ ନିକଟରେ ଆସିଥିଲେ ଇଣ୍ଡିଆ । ଆଉ ଏଠି ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ପ୍ରିତମଙ୍କ ସହ ମିଶି ଭେଟି ଦେଇଛନ୍ତି ଏକ ଜବରଦସ୍ତ ଗୀତ । ଗୀତର ଟାଇଟେଲ୍ ରହିଛି ‘ବିବା ନଚଦି’ । ତେବେ ଏହି ଗୀତର ଖାସ୍ କଥା ହେଲା ଏଥିରେ ସ୍ପେଶାଲ୍ ଗେଷ୍ଟ ଭାବେ ନଜର ଆସିଛନ୍ତି ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ ।

 

ହଲିଉଡ୍ର ପ୍ରଖ୍ୟାତ ଡି.ଜେ ମାର୍ସମେଲୋଙ୍କ ବଲିଉଡ୍ ଷ୍ଟାଇଲ୍ ନିକଟରେ ଦେଖିବାକୁ ମିଳିଛି । ଏକ ମ୍ୟୁଜିକ୍ କନ୍ସର୍ଟରେ ଯୋଗ ଦେବାକୁ ଆସିଥିବା ମାର୍ସମେଲୋ ବଲିଉଡ୍ ମ୍ୟୁଜିକ୍ ଡିରେକ୍ଟର୍ ପ୍ରିତମଙ୍କ ସହ ମିଶି ଭେଟି ଦେଇଛନ୍ତି ଏକ ଜବରଦସ୍ତ ଡ୍ୟାନ୍ସ ଗୀତ । ଯାହାର ଟାଇଟେଲ୍ ରହିଛି ‘ବିବା ନଚଦି’ । ଗୀତରେ ଶୁଣିବାକୁ ମିଳିଛି ପ୍ରିତମ୍ ଓ ସେର୍ଲି ସେଥିଆଙ୍କ ଆକର୍ଷଣୀୟ ଗାୟିକି । ଆମେରିକାର ଏହି ପ୍ରଖ୍ୟାତ ଡି.ଜେ ମାର୍ସମେଲୋଙ୍କ ପ୍ରକୃତ ନାମ ଖ୍ରୀଷ୍ଟଫର୍ କମ୍ଷ୍ଟକ୍ । ଆଉ ତାଙ୍କର ଖାସିୟତ୍ ହେଉଛି ସେ ସବୁବେଳେ ନିଜ ମୁହଁକୁ ଏକ ଧଳା ରଙ୍ଗର ବଡ ବକେଟ୍ ମଧ୍ୟରେ ଘୋଡାଇକି ରଖିଥାନ୍ତି । ଆଉ ତାଙ୍କର ଏହି ଷ୍ଟାଇଲ୍ ଦେଖିବାକୁ ମିଳିଛି ଏହି ଗୀତରେ । ତେବେ ଏହି ମ୍ୟୁଜିକ୍ ଭିଡିଓରେ ସ୍ପେଶାଲ୍ ଗେଷ୍ଟ ଭାବେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ୍ । ଶାହରୁଖ ଖାନ୍ ପ୍ରଥମେ ମାର୍ସମେଲୋଙ୍କ ମୁଖା ପିନ୍ଧି ସଭିଁଙ୍କୁ ଆକୃଷ୍ଟ କରିଥାନ୍ତି । ମାତ୍ର ଶେଷରେ ଯେତେବେଳେ ପ୍ରକୃତ ମାର୍ସମେଲୋ ଆସି ପହଁଚନ୍ତି, ସେତେବେଳେ ଶାହରୁଖ ନିଜ ମୁଖା ଖୋଲନ୍ତି । ଗୀତଟିକୁ ସୋସିଆଲ୍ ମିଡିଆରେ ପସନ୍ଦ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More