Only for Entertainment

ବିରାଟଙ୍କ ଚ୍ୟାଲେଂଜକୁ ଗ୍ରହଣ କଲେ ଅନୁଷ୍କା,ସେୟାର କଲେ ୱାର୍କଆଉଟର ଭିଡିଓ । ଚ୍ୟାଲେଂଜରୁ ବାଦ ପଡ଼ିଲେନି ପ୍ରଧାନମନ୍ତ୍ରୀ ।

dailyhunt
0 63

ପିଏମ ନରେନ୍ଦ୍ର ମୋଦିଙ୍କ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଦ୍ୱାରା ନିକଟରେ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ରାଠୋର କାମ ସମୟରେ ଏହି ୱାର୍କଆଉଟ କରି ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ ବିରାଟ କୋହଲିଙ୍କ ସମେତ ଭାରତୀୟ ସଟଲର ସାଇନା ନେହବାଲ ଏବଂ ବଲିଉଡ ଅଭିନେତା ଋତିକ ରୋଶନଙ୍କୁ ଚ୍ୟାଲେଂଜ ଦେଇଥିଲେ । ସେମାନେ ସମସ୍ତେ ମଧ୍ୟ ନିଜ ଫିଟନେଓ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତାଙ୍କର ଏହି ଭିଡ଼ିଓ ପରେ ଜବରଦସ୍ତ ଆକ୍ସନ ନଜର ଆସିଥିଲା ।


ବିରାଟ କୋହଲି ଖେଳମନ୍ତ୍ରୀଙ୍କ ଏହି ଚ୍ୟାଲେଂଜକୁ ଗ୍ରହଣ କରିଥିଲେ । ଏହା ସହିତ ସେ ଭିଡ଼ିଓ ସେୟାର କରି ଲେଖିଛନ୍ତିଯେ ମୁଁ ରାଜ୍ୟବର୍ଦ୍ଧନ ସାରଙ୍କ ଚ୍ୟାଲେଂଜ ଗ୍ରହଣ କରିଛି । ଏବେ ମୁଁ ଚାହୁଁଛି ଆମ ପିଏମ ନରେନ୍ଦ୍ର ମୋଦି,ମୋ ପତ୍ନୀ ଅନୁଷ୍କା ଶର୍ମା ଏବଂ ଧୋନି ଭାଇ ଏହାକୁ ସ୍ୱୀକାର କରନ୍ତୁ ।


ଏବେ ଅନୁଷ୍କା ଏହି ଚ୍ୟାଲେଂଜକୁ ଗ୍ରହଣ କରି ଭିଡ଼ିଓ ସେୟାର କରିଛନ୍ତି । ଅନୁଷ୍କା ଏହାପରେ ବରୁଣ ଧାୱନ ଏବଂ ଦିନେଶ କାର୍ତ୍ତିକଙ୍କ ପତ୍ନୀ ଦୀପିକା ପଲ୍ଲିକଲଙ୍କୁ ଚ୍ୟାଲେଂଜ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More