Only for Entertainment

ଏହି ବଲିଉଡ ନିର୍ଦ୍ଦେଶକଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ହୁମା

hindirush
84

ବେଶ୍ ବହୁ ଦିନ ପରେ ଚର୍ଚ୍ଚାକୁ ଆସିଛନ୍ତି ଖିଲାଡୀ କୁମାରଙ୍କ ନାୟିକା ହୁମା କୁରେସ÷ । ଆଜ୍ଞା ହଁ ଏହିଥର କୌଣସି ବଲିଉଡ ଫିଲ୍ମକୁ ନେଇ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଭିନେତ୍ରୀ ଚର୍ଚ୍ଚାର ବିଷୟ ସାଜିଛନ୍ତି । ବାସ୍ତବରେ ହୁମା କୁରେସି ଏବେ ପ୍ରେମରେ ପଡ଼ି ଯାଇଛନ୍ତି ।ଫିଲ୍ମ ପତି ପତ୍ନୀ ଔର୍‌ ଓର ନିର୍ଦ୍ଦେଶକ ମୁଦ୍ଦସର୍‌ ଅଜିଜ୍‌ଙ୍କ ସହ ସେ ପ୍ରେମ ସଂପର୍କରେ ଥିବା ନେଇ ସୂଚନା ମିଳିଛି । ଇନ୍‌ଷ୍ଟାରେ ହୁମା ମୁଦ୍ଦସର୍‌ଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଦେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।

 

 

ସେ କରିଥିବା ପୋଷ୍ଟରେ ଦୁହିଁଙ୍କ ଫଟୋ ଥିବା ସହ କ୍ୟାପ୍‌ସନ୍‌ରେ ଲେଖାଯାଇଛି କି, ତୁମେ ଯାହା କରୁଛ ଓ ତୁମେ ଯେମିତି ମଣିଷ ମୋତେ ବହୁତ ପସନ୍ଦ । ମୁଁ ମୋ ହୃଦୟର ଗଭୀରତାରୁ ପ୍ରାର୍ଥନା କରୁଛି କି ତୁମର ସବୁ ସ୍ୱପ୍ନ ପୁରଣ ହେଉ । ଜନ୍ମଦିନର ଶୁଭେଚ୍ଛା ବାବା । ତୁମ ଜାଣିବାଠାରୁ ମୁଁ ତୁମକୁ ଅଧିକ ଭଲପାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More