ୟୁଟ୍ୟୁବରେ ରିଲିଜ ହେଲା ହ୍ୟୁମାନ ସାଗର ଏବଂ ଅନ୍ତରାଙ୍କ କଣ୍ଠରେ ରୋମାଂଟିକ ଗୀତ ‘ମନର ମାନସୀ’ । ହ୍ୟୁମାନ ସାଗର ଏବଂ ଅନ୍ତରାଙ୍କ ଯୁଗଳବନ୍ଦୀ ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି , ତାହା ଆଗକୁ ଜଣା ପଡିବ । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା –
ଗୀତରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ନୂଆ ମୁହଁ । ଏହି ଗୀତର ଅଧିକାଂଶ ଭାଗ ସୁଟ ହୋଇଛି ସମୁଦ୍ର ବେଳା ଭୂମିରେ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିଦା ନନ୍ଦ ସାମଲ । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ଆକର୍ଷଣୀୟ ଗାୟିକୀ ।
ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଏବଂ ମ୍ୟୁଜିକ ଦେଇଛନ୍ତି ସୁଶୀଲ ଦଳାଇ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।