Only for Entertainment

ବଡ ପରଦାରେ ଡେବ୍ୟୁ କରିବେ କରଣବୀର ବୋହରା, ରିଲିଜ ହେଲା ଫିଲ୍ମର ପ୍ରଥମ ପୋଷ୍ଟର

LatestLY
39

ଟିଭି ଅଭିନେତା କରଣବୀର ବୋହରା ଖୁବ ଶୀଘ୍ର ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣବୀରଙ୍କ ଡେବ୍ୟୁ ଫିଲ୍ମ ‘ହମେ ତୁମସେ ପ୍ୟାର କିତନା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଟିଭି ଦୁନିଆରେ ଖୁବ ନାମ କମାଇବା ପରେ କରଣ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ପୋଷ୍ଟରରେ ଭଲ ପାଇବା ପାଇଁ କରଣବୀରଙ୍କ ଜୁନୁନ ଦେଖିବାକୁ ମିଳିଛି । ଏହି ଫିଲ୍ମରେ କରଣବୀରଙ୍କ ସହିତ ପ୍ରିୟା ବନର୍ଜୀ, ସମୀର କୋଚର ଏବଂ ମେହଶ ବଲରାଜ ମଧ୍ୟ ନଜର ଆସିବେ । ଫିଲ୍ମକୁ ଲଲିତ ମୋହନ ନିର୍ଦ୍ଦେଶନା ଦେଇଥିବା ବେଳେ ୨୮ ଜୁନରେ ଫିଲ୍ମ ରିଲିଜ ହେବ ।

 

ଫିଲ୍ମକୁ ନେଇ କରଣ କହିଛନ୍ତି, ଏହି ଫିଲ୍ମ ଏପରି ଜଣେ ବ୍ୟକ୍ତି ଉପରେ ଆଧାରିତ ଯେ ସୁନ୍ଦର ମହିଳାଙ୍କ ପାଇଂ ପାଗଳ ଏବଂ ସେଥିପାଇଁ ସେ କିଛି ବି କରିପାରେ । ଫିଲ୍ମର ସୁଟିଂ ଯେବେ ମନାଲୀରେ ହେଉଥିଲା ସେତେବେଳେ ରେଡିଓରେ ‘ହମେ ତୁମସେ ପ୍ୟାର କିତନା’ ଗୀତଟି ବାଜୁଥିଲା । ସେହିଠାରୁ ଆମେ ଫିଲ୍ମର ଟାଇଟେଲ ନେଇଛୁ । ତେବେ ଦେଖିବାକୁ ବାକି ରହିଲା ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More