Only for Entertainment

ବ୍ରିଟେନ ରାଜରାସ୍ତାରେ ଶହ ଶହ ଏନଆରଆଇ କଲେ ମୋଦିଙ୍କ ପାଇଁ ପ୍ରଚାର, ନମୋ ଅଗେନ ଟିସାର୍ଟରେ କଲେ ଡାନ୍ସ !

32

ସାରା ଦେଶରେ ଲୋକସଭା ନିର୍ବାଚନକୁ ନେଇ ଜବରଦସ୍ତ କ୍ୟାମ୍ପେନିଂ ହେବାରେ ଲାଗିଛି । ଭାରତରେ ହିଁ ନୁହେଁ ବରଂ ବାହାର ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାହାରେ ରହୁଥିବା ଏନଆରଆଇ ଙ୍କ ମଧ୍ୟ ନିର୍ବାଚନକୁ ନେଇ ଗଜବ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପ୍ରମାଣ ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡିଛି । ଅସଲରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ୟୁକେ ର ମେନଚେଷ୍ଟର’ର ।

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ମିଶି ସଡକରେ ପିଏମ ମୋଦିଙ୍କ ସମର୍ଥନରେ ନାରା ଲଗାଉଛନ୍ତି । ଭିଡରେ ଅବସ୍ଥିତ ଥିବା ଲୋକ ‘ନମୋ ଅଗେନ’ଲେଖା ଟିସାର୍ଟ ପିନ୍ଧିଛନ୍ତି । ଏହି ଭିଡରେ ସବୁଠାରୁ ଅଧିକ ମହିଳାଙ୍କ ସଂଖ୍ୟା ନଜର ଆସିଛି ।

ଏଆରଆଇଙ୍କ ଏହି ସମୂହ ସଡକରେ ଡାନ୍ସ କରୁଥିବା ଏବଂ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଗୀତ ଗାଉଥିବା ନଜର ଆସିଛନ୍ତି । ଏହାସହ ବିଜେପିର ପତାକା ମଧ୍ୟ ଉଡୁଥିବାର ନଜର ଆସିଛି । ଖାସ କଥା ହେଉଛି ଶଙ୍କର ମହାଦେବନଙ୍କ ପ୍ରସିଦ୍ଧ ଗୀତ ବ୍ରେଥଲେସ ଗୀତରେ ସବୁ ଡାନ୍ସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More