Only for Entertainment

ପୁଅର ସ୍କୁଲ ଫିସ୍ ପାଇଁ ଟଙ୍କା ମାଗିବାରୁ ପତ୍ନୀଙ୍କୁ ତଲାକ ଦେଲେ ପତି !

Crosswalk
0 36

ଉତ୍ତରପ୍ରଦେଶର ରୁପଇଡିହା ଥାନା ଅନ୍ତର୍ଗତ ଏକ ଗାଁ ରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ପତ୍ନୀ ପୁଅର ସ୍କୁଲ ଫିସ ହେବା ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗିବାରୁ ସ୍ୱାମୀ ଜଣଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଛାଡ଼ପତ୍ର ପରେ ବାରଦୁଆର ବୁଲୁଥିବା ପତ୍ନୀ ଏବଂ ପୁଅ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ଖବର ଅନୁସାରେ ଉତ୍ତରପ୍ରଦେଶର ରୁପଇଡିହା ଥାନା ଅନ୍ତର୍ଗତ ଏକ ଗ୍ରାମରେ ରହୁଥିବା ୟୁନୁସଙ୍କ ଝିଅ ସଗୁଫା ୧୭ ବର୍ଷ ତଳେ ନୌଶାଦଙ୍କୁ ବିବାହ କରିଥିଲେ । ନୌଶାଦ ବେରୋଜଗାର ଥିବାରୁ ସଗୁଫା ସିଲେଇ କରି ଏବଂ ଅନ୍ୟ ଘରେ କାମ କରି ପରିବାର ପୋଷୁଥିଲେ । ଖାଲି ଏତିକି ନୁହେଁ ସ୍ୱାମୀଙ୍କ ପାଇଁ ମଧ୍ୟ ଏକ ଅଟୋ କିଣିଦେଇଥିଲେ । ତେବେ ପରିବାରକୁ ଆର୍ଥିକ ସହଯୋଗ କରିବା ପରିବର୍ତ୍ତେ ନୌଶାଦ ଜୁଆରେ ଅଟୋକୁ ହାରିଥିଲେ ।

ଏହାପରେ ପରିବାରରେ ଆର୍ଥିକ ସଂକଟ ଦେଖାଦେଇଥିଲା ଏବଂ ସ୍କୁଲ ଫିସ ଜମା ନକରିବାରୁ ସ୍କୁଲ କର୍ତ୍ତୃପକ୍ଷ ସଗୁଫାଙ୍କ ପୁଅକୁ ସ୍କୁଲରୁ ବିଦା କରିଦେଇଥିଲେ । ବାଧ୍ୟରେ ସଗୁଫା ସ୍ୱାମୀ ନୌଶାଦଙ୍କୁ ପୁଅର ସ୍କୁଲ ଫିସ ଯୋଗାଡ କରିବାକୁ କହିଥିଲେ । ଏହା ଶୁଣିବା ପରେ ଉତ୍ୟକ୍ତ ନୌଶାଦ ସଗୁଫାଙ୍କୁ ମାଡ଼ ମାରିବା ସହ ତଲାକ ଦେଇଥିଲେ । ଆଉ ପତ୍ନୀ ଏବଂ ପୁଅକୁ ଘରୁ ବିଦା କରିଥିଲେ । ପରେ ସଗୁଫା ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବା ସହ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More