Only for Entertainment

ସାମ୍ନାକୁ ଆସିଲା ନିକିତାଙ୍କ ମୃତ୍ୟୁର କାରଣ, ଠେଲାପେଲା ଯୋଗୁଁ ଏଭଳି ଘଟିଛି ।

113

ସାମ୍ନାକୁ ଆସିଲା ଅଭିନେତ୍ରୀ ନିକିତା ମୃତ୍ୟୁର ସତ । ଛାତ ଉପରେ ସ୍ୱାମୀଙ୍କ ସହ ଠେଲାପେଲା ଯୋଗୁଁ ଛାତ ଉପରୁ ତଳକୁ ନିକିତା ଖସିପଡିଥିବା ଡିସିପି କହିଛନ୍ତି । ସ୍ୱାମୀଙ୍କ ସହିତ ମନମାଳିନ୍ୟ ହୋଇଥିଲା । ଏହା ପରେ ଉଭୟ ଛାତ ଉପରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ଯୋଗୁଁ ନିକିତା ତଳକୁ ଖସିପଡିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ବାହାଘରର ୪ ମାସ ପରେ ନିକିିତା ଓ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ନିକିତା ସ୍ୱାମୀଙ୍କୁ ଗିରଫ କରାଯାଇଛି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅଖିଳେଶ୍ୱର ସିଂ ।

ପୁଲିସ୍ ସୂଚନା ମୁତାବକ, ବାହାଘରର ମାତ୍ର ୪ ମାସ ପରେ ନିକିତା ଏବଂ ତାଙ୍କ ସ୍ୱାମୀ ଲିପନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଇଥିଲା । ଯେଉଁ କାରଣରୁ ଅଧିକାଂଶ ସମୟରେ ନିକିତା ଶାଶୂ ଘର ପରିବର୍ତ୍ତେ ବାପଘରେ ରହୁଥିଲେ । ଘଟଣା ଘଟିବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ କଥା ଯୁକ୍ତିତର୍କ ହୋଇଥିଲା । ଯାହାକି ଉଗ୍ରରୂପ ଧାରଣ କରିଥିଲା । ଏବଂ ନିକିତା ଏବଂ ଲିପନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । ଯେଉଁ କାରଣରୁ ନିକିତା ଛାତରୁ ତଳକୁ ଖସି ପଡିଯାଇଥିବା ପାରିପାଶ୍ୱିକ ପରିସ୍ଥିତିରୁ ଯାହା ଜଣା ପଡିଛି । ତେଣୁ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ହିଁ ଦାୟୀ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ଲିପନଙ୍କୁ ଗିରଫ କରାଯାଇଛି, ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More