Only for Entertainment

ପ୍ରେମିକଙ୍କ ସହ ଥିବାବେଳେ ପତ୍ନୀଙ୍କୁ ଧରିଲେ ସ୍ୱାମୀ, ତା’ପରେ କ’ଣ ହେଲା ଜାଣନ୍ତୁ ।

chhattisgarhinews
0 38

ବେଲ୍ଲୋର ପୁଲିସ ଗୁରୁବାର ୪୫ ବର୍ଷିୟ ଜଣେ ମହିଳାଙ୍କୁ ନିଜ ସ୍ୱାମୀଙ୍କ ପୁରୁଷାଙ୍ଗର କିଛି ଭାଗ ଦାନ୍ତରେ କାମୁଡି ଛିଡାଇବା ଅଭିଯୋଗରେ ଗିରଫ କରିଛି । ସ୍ୱାମୀ ଜଣଙ୍କ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ଥିବା ଦେଖିଥିଲେ । ପରେ ୩ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଘଟଣାଟି ବେଲ୍ଲୋର ଗୁଡିଆଥମ ସ୍ଥିତ ତୁରଇମଲ୍ଲାଇ ଗ୍ରାମର ଅଟେ । ଜୟନ୍ତୀ ନାମ୍ନୀ ଏହି ମହିଳାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

ଏହି ଘଟଣାଟି ସୋମବାରର । ଗ୍ରାମବାସୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ସ୍ୱାମୀ ସେନ୍ତାମରାଇକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇର ରାଜୀବ ଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଡାକ୍ତର ଏବେ ଛିଡିଯାଇଥିବା ପୁରୁଷାଙ୍ଗକୁ ଯୋଡିବାର ଯୋଜନା କରୁଛନ୍ତି ।

ସୂଚନା ଅନୁସାରେ ୫୫ ବର୍ଷିୟ କୃଷକ ସେନ୍ତାମରାଇ ପତ୍ନୀ ଜୟନ୍ତୀଙ୍କ ସହ ମନ୍ଦିରକୁ ଯାଇଥିଲେ । ପରେ ମନ୍ଦିର ନିକଟରେ ହେଉଥିବା ନାଟକ ଦେଖିଥିଲେ । ହେଲେ ହଠାତ ସେହିଠାରୁ ନିଖୋଜ ହୋଇଯାଇଥିଲେ ଜୟନ୍ତୀ । ପରେ ସେନ୍ତାମରାଇ ଜୟନ୍ତୀଙ୍କ ଗ୍ରାମକୁ ଯାଇଥିଲା ବେଳେ ସେଠାରେ ଜୟନ୍ତୀ ଆଉ ଜଣେ ବ୍ୟକ୍ତିଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ । ସେନ୍ତାମରାଇ ଏବଂ ଦୁଇଜଣଙ୍କୁ ମଧ୍ୟରେ ଖୁବ ପାଟିତୁଣ୍ଡ ଲାଗିଥିଲା । ଗ୍ରାମବାସୀମାନେ ଆସିଲେ ପ୍ରେମିକଙ୍କୁ ପିଟିପିଟି ମାରିଦେବେ ଭାବି ଜୟନ୍ତୀ ଦାନ୍ତରେ ସ୍ୱାମୀ ସେନ୍ତାମରାଇଙ୍କ ପୁରୁଷାଙ୍ଗକୁ କାମୁଡି ଛିଡାଇଦେଇଥିଲେ । ପରେ ଗ୍ରାମବାସୀମାନେ ପୁଲିସରେ ଖବର ଦେଇଥିଲେ । ପୁଲିସ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଥିଲା ବେଳେ କୋର୍ଟରେ ଜୟନ୍ତୀ ନିଜ ଦୋଷକୁ ସ୍ୱୀକାର କରିଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More