Only for Entertainment

ଟିକ ଟକ୍ ଭିଡିଓ ପାଇଁ ହସ୍ପିଟାଲରୁ ତଡା ଖାଇଲେ ଦୁଇ ଡାକ୍ତର, ଅରିଜିତ ସିଂଙ୍କ ଗୀତରେ କରିଥିଲେ ଭିଡିଓ

ndtv
441

‘ଟିକ ଟକ’କୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ହାଇଦ୍ରାବାଦରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଟିକ୍ ଟକ୍ ଭିଡିଓ ପାଇଁ ଦୁଇ ଜଣ ଜୁନିଅର ଡାକ୍ତଙ୍କୁ ନିଲମ୍ବିତ କରାଯାଇଛି । ହସ୍ପିଟାଲରେ ସୁଟ୍ କରାଯାଇଥିବା ଏହି ଟିକ ଟକ ଭିଡିଓ ପାଇଁ ଦୁଇ ଡାକ୍ତରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖବର ଅନୁସାରେ ଫିଜିଓଥେରେଫି ବିଭାଗର ଦୁଇ ଜଣ ଡାକ୍ତର ହସ୍ପିଟାଲ ଭିତରେ ଭିଡିଓ ସୁଟ କରି ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକ ଟକରେ ପୋଷ୍ଟ କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କର ଏହି ଦାୟିତ୍ୱହୀନ ବ୍ୟବହାର ପାଇଁ ତାଙ୍କୁ ହସ୍ପିଟାଲରୁ ବାହାର କରିଛନ୍ତି ।

ହସ୍ପିଟାଲ କର୍ତ୍ତୃପକ୍ଷ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଫିଜିୟୋଥେରେପି ବିଭାଗ ଇନଚାର୍ଜଙ୍କୁ ନୋଟିସ ପଠାଇଛନ୍ତି । ଏହି ନୋଟିସ ପରେ ବିଭାବ ମଧ୍ୟ ଏହି ଘଟଣାର ଜାଂଚ ଆରମ୍ଭ କରିଛନ୍ତି ।

ହସ୍ପିଟାଲ ଅଧିକାରୀ ପ୍ରତିକ୍ରିୟାରେ ସ୍ପଷ୍ଟ କରି କହିଛନ୍ତି ଯେ ଏହି ଦୁଇଜଣ ଡାକ୍ଟର ଗାନ୍ଧୀ ମେଡିକାଲ କଲେଜର ନୁହଁନ୍ତି । ସେମାନେ ଆଉ ଏକ କଲେଜର ଷ୍ଟୁଡେଣ୍ଟ । ଗାନ୍ଧୀ ହସ୍ପିଟାଲକୁ କେବଳ ଇଣ୍ଟର୍ନଶିପ କରିବାକୁ ଆସୁଥିଲେ ।

ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ନିକଟରେ ଜଣେ ମହିଳା କନେଷ୍ଟବଳ ପୋଲିସ ଷ୍ଟେସନରେ ଟିକ ଟକ ଭିଡିଓ କରି କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More