Only for Entertainment

‘ଗଲି ବୟ’ ହିଟ୍ ହେବା ପରେ ଜୋୟା ଅଖତର କଲେ ଆଗାମୀ ଫିଲ୍ମର ଘୋଷଣା, କହିଲେ- ‘ହିତିକଙ୍କ ସହିତ…’

Koimoi
86

ବଲିଉଡ ଡିରେକ୍ଟର ଜୋୟା ଅଖତର ସମୟ ସହିତ ଦର୍ଶକଙ୍କ ମଧ୍ୟରେ ଏପରି ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି ଯଯାହା ଫଳରେ ଦର୍ଶକ ତାଙ୍କ ଫି ଲବଳର ଅପେକ୍ଷା କରି ରହିଥାନ୍ତି । ‘ଲକ ବାଇ ଚାନ୍ସ’ ହେଉ ବା ‘ଗଲି ବୟ’ ଜୋୟା ନିଜର ଭାବନାତ୍ମକ କାହଣୀ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ନିକଟରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ଗଲି ବୟ’ ବିଷୟରେ କହିବାକୁ ଗଲେ ଫିଲ୍ମକୁ ପ୍ରଥମ ଦିନରୁ ହିଁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଏହା ମଧ୍ୟ କୁହାଯାଉରଛି ଯେ, ରଣବୀର-ଆଲିଆଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ହେବ ।

ଫିଲ୍ମ ‘ଗଲି ବୟ’ ବକ୍ସ ଅଫିସରେ ହିଟ ହେବା ପରେ ଜୋୟା ଅ ଖତର ନିଜର ଆଂଗାମୀ ଫିଲ୍ମର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆପଣ ଜାଣି ଖୁସି ହେବେ ଯେ ଏହି ଫିଲ୍ମ ପାଇଁ ଜୋୟା ଅଖତର ଆଉ କାହା ସହିତ ନୁହଁନ୍ତି ବରଂ ଅଭିନେତା ହ୍ରିତିକି ରୋଶନଙ୍କ ସହିକ ହାତ ମିଳାଇବା ପାଇଁ ଚିନ୍ତା କରିଛନ୍ତି ।

znmd

ଆଜ୍ଞା ହଁ, ଜୋୟା ଅଖତର ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ମୁଁ ହ୍ରିତିକଙ୍କ ସହିତ କାମ କରିବା ପାଇଁ ଉତ୍ସାହିତ ଖୁବ ଉତ୍ସାହିତ ଅଛି । ମୁଁ ଏହି କଥା ଠାଣି ନେଇଛି ଯେ ମୁଁ ଖୁବ ଶୀଘ୍ର ‘ଜିନ୍ଦଗୀ ନା ମିଲେଗୀ ଦେବାରା’ର ସିକ୍ୱଲ ନିର୍ମାଣ କରିବି । କିନ୍ତୁ ଏହି ପ୍ରୋଜେକ୍ଟ ପାଇଁ ଭଲ ସ୍କ୍ରିପ୍ଟ ମିଳିବା ପରେ ଏହାର କାମ ଆରମ୍ଭ କରିବି । ଜୋୟା ଆହୁରି ମଧ୍ୟ କହିଛନ୍ତି, ହ୍ରିତିକ ରୋଶ ନ, କ୍ୟାଟ୍ରିନା କୈଫ, ଫରହାନ ଅଖତର ଏବଂ କଳକି କେଚଲିନଙ୍କ ସହିତ ତାଙ୍କର ସମ୍ପର୍କ ଖୁବ ସ୍ପେଶାଲ । ଏହି ଫିଲ୍ମର ସିକ୍ୱଲ ସେ କେବଳ ପଇସା ପାଇଁ ନିର୍ମାଣ କରିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ ।

‘ଜିନ୍ଦଗୀ ନା ମିଲେଗୀ ଦେବାରା’ ବକ୍ସ ଅଫିସରେ ହିଟ ରହିଥିବା ବେଳ ଏହାର ସିକ୍ୱଲ ନିର୍ମାଣ କରିବା ଦରକାର କିନ୍ତୁ କେବଳ ପଇସା ପାଇଁ ନୁହେଁ ବୋଲି ଜୋୟା କରିଥିଲେ । ଜୋୟା ଭଲ କାହଣୀ ପାଇଁ ବେଶ ଜଣା ଶୁଣା ତେବେ ‘ଜିନ୍ଦଗୀ ନା ମିଲେଗୀ ଦେବାରା’ ପରି ଏହାର ସୁକ୍ୱଲ ମଧ୍ୟ ସମସ୍ତଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More