Only for Entertainment

ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର, ମୂଲ୍ୟ ମାତ୍ର ୭ଟଙ୍କା ।

the sun
0 86

ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି ବୋଲି ଆଇବିଏମ ଦାବି କରିଛି । ଲୁଣ ଦାନା ଆକାରର ଏହି କମ୍ପ୍ୟୁଟର ସାତବର୍ଷ ମଧ୍ୟରେ ବଜାରକୁ ଆସିଯିବ । ଏହି କମ୍ପ୍ୟୁଟର ଜିନିଷର ପ୍ରମାଣ ଠାରୁ ଟ୍ରାକ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ । ମାଇକ୍ରୋ କମ୍ପ୍ୟୁଟର ଅର୍ଥାତ ଏହି ଡିଭାଇସ ଏକ ଏଂଟିଫ୍ରଡ ଡିଭାଇସ ଅଟେ ।

ଏହାର କାର୍ଯ୍ୟ ହେଉଛି ସମସ୍ତ କାର୍ଯ୍ୟର ଟିକିନିଖି ତଥ୍ୟ ରଖିବା । ଯାହାଦ୍ୱାରା ଚୋରୀ ଭଳି ସମସ୍ୟା ଦୂର ହୋଇପାରିବ । ଏହି ଡିଭାଇସରେ ଏକ ଚିପ ରହିଛି ଏବଂ ଏହାମଧ୍ୟରେ ପ୍ରେସେସର, ମେମୋରି ଏବଂ ଷ୍ଟୋରେଜ ସିଷ୍ଟମ ରହିଛି । କମ୍ପାନୀର ଦାବି ରହିଛି ଯେ ଏହା ଆଉ ୫ବର୍ଷ ମଧ୍ୟରେ ବଜାରରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ମାତ୍ର ୭ଟଙ୍କା ରହିବ ।

ଏହା ଅତ୍ୟନ୍ତ ଶସ୍ତା ମଧ୍ୟ ରହିବ, ତେଣୁ ଏହାକୁ ବ୍ୟବହାର କରି ସମସ୍ତ ଉତ୍ପାଦର ସୁରକ୍ଷା କରାଯାଇପାରିବ । ଆଇବିଏମ ୫ଟି ଜିନିଷ ବିକସିତ କରିଛି ସେଗୁଡିକ ହେଉଛି କ୍ରିପ୍ଟୋ ଆଙ୍କର କିମ୍ବା ବ୍ଲାକ ଚେନ, ଲେଟିସ କ୍ରିପ୍ଟୋଗ୍ରାଫିକ ଆଙ୍କର, ଏ ଆଇ ଭଏସ, ଏଆଇ ପାୱର ରୋବଟ ମାଇକ୍ରୋସ୍କୋପ ଏବଂ କ୍ୱାଂଟମ କମ୍ପ୍ୟୁଟର ।

ଏହି ଡିଭାଇସକୁ ଆଇବିଏମ ‘କ୍ରିପ୍ଟୋ ଆଙ୍କର ପ୍ରୋଗାମ’ଜରିଆରେ ପ୍ରସ୍ତୁତ କରାଯାଇଛି । ଏହି କାରଣରୁ ଡିଭାଇସର ନା ଆଂଟି ଫ୍ରଡ ରଖାଯାଇଛି । ଏହି ଡିଭାଇସ ସାହାଯ୍ୟରେ କାରଖାନାରୁ ବାହାରୁଥିବା ଉତ୍ପାଦନ ଗ୍ରାହକଙ୍କ ପାଖରେ ପହଂଚିବା ମଧ୍ୟରେ ଯଦି କେହି ଗଡବଡ କରେ ତାହାକୁ ଏହି ଡିଭାଇସ ଦ୍ୱାରା ରୋକା ଯାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More