Only for Entertainment

ସମ୍ପତ୍ତି ବିକ୍ରି ହୋଇ ପାରୁନଥିଲେ ଜପ କରନ୍ତୁ ଏହି ମନ୍ତ୍ର

Chartered Accountant Firms in Chennai
46

ବେଳେ ବେଳେ ଆପଣ କିଛି ସମ୍ପତ୍ତିକୁ ବିକ୍ରି କରିଦେବାକୁ ଚାହାଁନ୍ତି । ତାହା ହୁଏତ ଆପଣଙ୍କୁ ଅଧିକ ଆବଶ୍ୟକ ଥାଇପାରେ । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ବିକ୍ରି ହୋଇପାରେ ନାହିଁ ଏବଂ ଆପଣ ଚିନ୍ତା ମଧ୍ୟରେ ରହିଥାନ୍ତି । ତେବେ ଏହିଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି କଥା ଉଲ୍ଲେଖ ରହିଛି । ଆସନ୍ତୁ ଆଲୋଚନା କରିବା ।

ଏକ ୫୦ ମିଟରର ଧଳା କପଡ଼ା ନେଇ ଯେଉଁ ସମ୍ପତ୍ତି ବିକ୍ରି ହୋଇ ପାରୁନାହିଁ ତାହାର ଉତ୍ତର ପୂର୍ବ କୋଣରେ ବିଛାନ୍ତୁ। ଏବଂ ତା ଉପରେ ଆଲୋବେରାର ଏକ ଗଛ ଭଲ ଭାବେ ଧୋଇକି ରଖନ୍ତୁ। ଏହାପରେ ଏକ ବାସ୍ତୁ ଯନ୍ତ୍ର ଏବଂ ବାସ୍ତୁ ନିବାରଣ ଯନ୍ତ୍ର ମଧ୍ୟ ରଖନ୍ତୁ। ଏହି ପୂଜା ଆପଣ ମଙ୍ଗଳବାର ବା ଶନିବାର ରାତି ୯ଟା ବେଳକୁ କରନ୍ତୁ। ତା ପରେ ସେଠାରେ ବାସ୍ତୁ ଯନ୍ତ୍ର, ପାଣି, ସିନ୍ଦୁର, ଚାଉଳ ଇତ୍ୟାଦି ରଖି ପୂଜା କରନ୍ତୁ। ଏବଂ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

“ଓଁ ଚୈତନ୍ୟ ବାସ୍ତୁପୁରୁଷାୟ ନମଃ”

“ଓ ଚୈତନ୍ୟ ସଥଲ୍‌ପୁରଷାୟ ନମଃ”

ଏହା କଲା ପରେ ତା ପର ଦିନ ସକାଳ ୬ଟାରେ ପୂଜା କରିଥିବା ସବୁ ସାମଗ୍ରୀକୁ କପଡ଼ା ସହ ଏକ ଧଳା କାଗଜରେ ଗୁଡ଼ାଇ ଅଳିଆ ଗଦା ଉପରେ ରଖି ଆସନ୍ତୁ। ମନେରଖନ୍ତୁ ଯିବା ଆସିବା ସମୟରେ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More