Only for Entertainment

ନିଜ ଶାଶୂ ଶର୍ମିଲା ଟାଗୋରଙ୍କ ଦିବାନୀ ଅଟନ୍ତି କରୀନା କପୁର ଖାନ ।

indiawest
0 38

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ହିନ୍ଦୀ ଫିଲ୍ମ ଇତିହାସର ଅତୀତ ସମୟର କୌଣସି ଅଭିନେତ୍ରୀଙ୍କ ଜୀବନ ବଂଚିବାକୁ କୁହାଯାଏ ତେବେ ଆପଣ କେଉଁ ଅଭିନେତ୍ରୀଙ୍କ ଭଳି ହେବାକୁ ଚାହିଁବେ ? ଉତ୍ତରରେ କରୀନା ନିଜ ଶାଶୁ ଶର୍ମିଲା ଟାଗୋର ନାଁ ନେଇ କହିଥିଲେ ଯେ ମୁଁ ମୋ ଶାଶୂଙ୍କ ଭଳି ବଂଚିବା ପାଇଁ ଚାହିଁବି । ସେ ତାଙ୍କ ଶାଶୂଙ୍କ ଠାରୁ ପ୍ରଭାବିତ ବୋଲି କହିଥିଲେ । ‘ବୀରେ ଦି ୱେଡିଂ’ ଫିଲ୍ମ ସଫଳତା ପାର୍ଟିରେ ତାଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିଲା । ଏହି ପ୍ରଶ୍ନର ଉତ୍ତର କେବଳ କରୀନା ନୁହଁନ୍ତି ବରଂ ସ୍ୱରା ଭାସ୍କର,ସୋନମ ଏବଂ ଶିଖା ତଲାସାନିଆଙ୍କୁ ମଧ୍ୟ ପଚରାଯାଇଥିଲା ।

ସେମିତିବି ଶାଶୁ-ବୋହୂ ସମ୍ପର୍କରେ ଏକ ଅନବନ ଭଳି ସମ୍ପର୍କ ସବୁଆଡେ ଦେଖାଯାଇଥାଏ । ଯେତେବେଳେ କୌଣସି ବୋହୂ ନିଜ ଶାଶୂଙ୍କ ପ୍ରଶଂସା କରୁଛି ତେବେ ସେ ପ୍ରଶଂସାର ପ୍ରିୟ ପାତ୍ର ଅଟେ । ଏହି ପ୍ରଶ୍ନର ଉତ୍ତରରେ ସୋନମ କହିଥିଲେ ବହୀଦା ରହମାନ ଏବଂ ନୂତନ ଜିଙ୍କ ଜୀବନ ଭଳି ବଂଚିବାକୁ ଚାହାନ୍ତି । ସେହିଭଳି ସ୍ୱରା ଅଭିନେତ୍ରୀ ମଧୁବାଲା ଏବଂ ଶିଖା ମୀନା କୁମାରୀ ଭଳି ବଂଚିବାକୁ ଚାହିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More