Only for Entertainment

୨୦୧୯ରେ ଭାରତ ବିଜୟୀ ହେଲେ ଏହି ଉପହାର ପାଇବେ ଦର୍ଶକ ।

45

କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ‘୮୩’ର ସୁଟିଂ ଏବେ ଇଂଲଣ୍ଡରେ ଚାଲୁଥିଛି। ଏହା ୧୯୮୩ ରେ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତ କରିଥିବା ଐତିହାସିକ ବିଜୟ ଉପରେ ଆଧାରିତ। ଏଥିସହିତ ଏବେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି। ତାହା ହେଲା ଯଦି ଭାରତ ୨୦୧୯ର ବିଶ୍ୱକପ୍‌ ବିଜୟୀ ହୁଏ ତେବେ ଏହାକୁ ନେଇ ଫିଲ୍ମ ‘୮୩’ର ନିର୍ମାତାମାନେ ଆଉ ଏକ ଫିଲ୍ମ ନିର୍ମାଣ କରିବେ।

 

ତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ,ଭାରତଯଦି ଭାରତ ୨୦୧୯ର ବିଶ୍ୱକପ୍‌ ବିଜୟୀ ହୁଏ ତେବେ ଏହାକୁ ନେଇ ଫିଲ୍ମ ନିର୍ମାଣ କରାଯିବ। ଏଥିସହିତ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲୁଥିବା ସହ ଏହାର ପ୍ରସ୍ତୁତି ପାଇଁ ମଧୁ ମଣ୍ଟେନା ଖୁବ୍‌ ଉତ୍ସାହିତ ଅଛନ୍ତି ବୋଲି ବି ଜଣାଯାଇଛି।

 

ଏଠାରେ ସୂଚନାଯୋଗ୍ୟ ଯେ ଫିଲ୍ମ ‘୮୩’ରେ ଅଭିନେତା ରଣବୀର ସିଂହ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ,ଅନ୍ୟମାନଙ୍କ ମଧ୍ୟରେ  ଦୀପିକା ପାଦୁ.କେୋନ୍, ସାକିବ ସଲୀମ୍‌, ଆର ବଦ୍ରୀ,ହାର୍ଡି ସଂଧୁ,ଚିରାଗ ପାଟିଲ,ପଂକଜ ତ୍ରିପାଠୀ,ଅମ୍ମି ବିର୍କ ଏବଂ ସାହିଲ ଖଟ୍ଟର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ଆସନ୍ତା ବର୍ଷ ଅପ୍ରେଲ ୧୦ ତାରିଖରେ ରିଲିଜ୍‌ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More