Only for Entertainment

ପକେଟରୁ ଟଙ୍କା ପଡ଼ିବାକୁ କାହିଁକି ଶୁଭ କୁହାଯାଏ?

www.khabrainabhitak.com
138

ପକେଟରୁ ଟଙ୍କା ପଡ଼ିବା ଏକ ସାଧାରଣ କଥା । କୌଣସି ସ୍ଥାନରେ ଏବଂ କେବେ ମଧ୍ୟ ଏହା ହୋଇଥାଏ । କିନ୍ତୁ ଆପଣ ଜାଣନ୍ତିକି ଏହାର କେତେକ ଶୁଭସଙ୍କେତ ମଧ୍ୟ ରହିଛି । ଆପଣ ମଧ୍ୟ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ । କାରଣ ସମସ୍ତେ ଏହାର କାରଣ ଜାଣିନଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏଯେ ଅଚାନକ ପକେଟରୁ ଟଙ୍କା ପଡ଼ିବା ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କ ସହିତ ମଧ୍ୟ ଏହିଭଳି ହେଉଛି ତେବେ ଜାଣନ୍ତୁଯେ ଆପଣଙ୍କୁ ଧନ ପ୍ରାପ୍ତିର ସଙ୍କେତ ମିଳୁଛି । କେବଳ ସେତିକି ନୁହେଁ ବରଂ ଯଦି କାହାକୁ ଟଙ୍କା ଦେବା ସମୟରେ ଆପଣଙ୍କ ହାତରୁ ଟଙ୍କା ପଡ଼ିଯାଏ ତେବେ ଏହାକୁ ମଧ୍ୟ ଶୁଭସଙ୍କେତ କୁହାଯାଏ । ଅଟକି ଯାଇଥିବା ଧନ ମିଳିବାର ସମ୍ଭାବନା ରହିଥାଏ ।

କିନ୍ତୁ ଏ ସବୁ ଅଚାନକ ହେବା ଉଚିତ । କାରଣ ଆପଣ ସବୁ ଜାଣି ଯଦି ଏଭଳି କରନ୍ତି ତେବେ କୌଣସି ଲାଭ ମିଳିବ ନାହିଁ ।
ଜ୍ୟୋତିଷ ଶାସ୍ତ୍ରର ବିଦ୍ୱାନଙ୍କ ଅନୁସାରେ ଯଦି ଡ୍ରେସ ପିନ୍ଧିବା ସମୟରେ ପକେଟରୁ କଏନ ପଡ଼ିଯାଏ ତେବେ ତାହାକୁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ । ଏହା ଦ୍ୱାରା ଖୁବ ଶୀଘ୍ର ଟଙ୍କା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More