Only for Entertainment

ବ୍ୟାଙ୍କ ଆକାଉଂଟ ଖୋଲି ବ୍ୟବହାର କରୁନାହାଁନ୍ତି କି,ହୋଇପାରେ ଏହି ସମସ୍ୟା ।

EscapeArtist
28

ଆପଣ ବ୍ୟାଙ୍କ ଆକାଉଂଟ ଖୋଲିବା ପରେ ଯଦି ତାହାକୁ ବ୍ୟବହାର କରୁନାହାଁନ୍ତି ତେବେ ଆଗକୁ ଆସୁଥିବା ସମସ୍ୟାକୁ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିପାରେ । କାରଣ ଏଭଳି ହୋଇପାରେଯେ ଆଗକୁ ଆସୁଥିବା ସୁବିଧାରୁ ଆପଣ ବଂଚିତ ହୋଇପାରନ୍ତି ।

ଯଦି ଆପଣ ୧ ବର୍ଷ ମଧ୍ୟରେ ଏକ ଆକାଉଂଟରେ ଟ୍ରାଂଜାକ୍ସନ କରୁନାହାଁନ୍ତି ତେବେ ତାହା ଇନ ଅପରେଟିଭ ଆକାଉଂଟରେ ବରିବର୍ତ୍ତିତ ହୋଇଯାଏ ।ଏଭଳି କରିବାର କାରଣ ହେଉଛି ତାଙ୍କୁ କୌଣସି ଫ୍ରଡ଼ ଠାରୁ ବଂଚାଇ ଯାଇ ପାରିବ ।

ଇନଅପରେଟିଭ ହେବା ଦ୍ୱାରା ଆପଣ ଆପଣ ଡେବିଟ କାର୍ଡ଼ ଆପ୍ଲାଇ କରିପାରିବେ ନାହିଁ । ନୂଆ ଚେକ ବୁକ ମଧ୍ୟ ଆଣିପାରିବେ ନାହିଁ । ଇଂଟରନେଟ ବ୍ୟାଙ୍କିଂର ୟୁଜର ଆଇଡି ଏବଂ ପାସୱାର୍ଡ଼ ମଧ୍ୟ ମିଳିବ ନାହିଁ ।

ଇ୍ୟାଙ୍କ ଆପଣଙ୍କୁ ଏହି ବିଷୟରେ ସୂଚିତ କରିଥାଏ । କିନ୍ତୁ ତାହାର ଠିକ ୨୪ ମାସ ମଧ୍ୟରେ ମଧ୍ୟ ଯଦି ଆପଣ ତାହା ବ୍ୟବହାର କରିବେ ନାହିଁ ତେବେ ତାହା ଡୋରମେଂଟ ଆକାଉଂଟରେ ପରିଣତ ହୋଇଯିବ । ଯଦି ଆପଣଙ୍କ ଆକାଉଂଟ ଡୋରମେଂଟ ହୋଇଯିବ ତେବେ ଆପଣ ବ୍ୟାଙ୍କ ସହିତ ଜଡ଼ିତ କୌଣସି କାର୍ଯ୍ୟ କରିପାରିବେ ନାହିଁ ।

ଏହାକୁ ଆକ୍ଟିଭ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । କିଛି ବ୍ୟାଙ୍କ ଟ୍ରାଂଜାକ୍ସନ କରିବା ପାଇଁ କହିଥାନ୍ତି । କିଛି ବ୍ୟାଙ୍କ ଆକ୍ଟିଭେସନ ଫର୍ମ ପୂରଣ କରିବାକୁ କହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More