Only for Entertainment

ଘରେ ଯଦି ଏହିଭଳି ଘଂଟା ରଖିଛନ୍ତି ଅଶୁଭ ସମୟର ଶୀକାର ହୋଇପାରନ୍ତି ।

kikkerland.com
32

କେବେ କେବେ ଆପଣଙ୍କ ସମୟ ଖୁବ ଖରାପ ଚାଲେ । ଯେଉଁ କାରଣରୁ ଆପଣ ବିିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ କ’ଣ ଆପଣ କେବେ ଲକ୍ଷ୍ୟ କରିଛନ୍ତିଯେ ଏହା ପଛର କାରଣ ହେଉଛି ଆପଣଙ୍କ ଘରେ ଥିବା ଘଂଟା । ଆଜ୍ଞା ହଁ ଘଂଟାକୁ ନେଇ କିଛି ଏଭଳି କଥା ରହିଛି ଯାହାକୁ ଆପଣ ଜାଣିବା ନିହାତି ଜରୁରୀ, ବିଶେଷ କରି ଆପଣ ଯଦି ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରୁଛନ୍ତି । ତେବେ ଚାଲନ୍ତୁ ଆଲୋଚନା କରିବା ସେହି କାରଣ ବିଷୟରେ ।

ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ

ଘରେ ଅଚଳ କିମ୍ବା ଭଙ୍ଗାରୁଜା ଘଣ୍ଟା ରଖିବା ଅଶୁଭ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ଥମିବାକୁ ଲାଗେ। ତେଣୁ ଘଣ୍ଟା ଖରାପ ହୋଇଗଲେ କି ଟିକେ ଭାଙ୍ଗିଗଲେ, ଏହାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ, ନ ହେଲେ ଏହା ଆପଣଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସାଜିପାରେ।

ଘରର ଦକ୍ଷିଣ ଦ୍ୱାରରେ ଘଣ୍ଟା ଲଗାନ୍ତୁ ନାହିଁ

ବାସ୍ତୁଶାସ୍ତ୍ରରେ ଘରର ଦକ୍ଷିଣ ଦିଗକୁ ଯମଙ୍କ ଦିଗ ଭାବେ ବିବେଚନା କରାଯାଏ। ଏହି ଦିଗରେ ଘଣ୍ଟା ଲଗାଇଲେ ପ୍ରଗତି ଅବରୋଧ ହୋଇଯାଏ। ଯାହାକି ଘରର ମୁଖିଆଙ୍କ ପାଇଁ ଆଦୌ ଭଲ ନୁହେଁ ।ଏ ଦିଗରେ ଘଣ୍ଟା ଲଗାଇଲେ ଘରର ମୁଖିଆଙ୍କର ଦେହ ଅସୁସ୍ଥ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ଘଣ୍ଟା ଲଗାନ୍ତୁ ନାହିଁ

ଘରର ମୁଖ୍ୟ ଦ୍ୱାର ଉପରେ ଘଣ୍ଟା ଲଗାଇବା ଅଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ଅଶାନ୍ତି ବଢ଼ିଥାଏ। ଏଥିରେ ଘରୁ ଯିବା ଆସିବାବେଳେ ଅନେକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଅନେକ ପ୍ରକାରର ସମସ୍ୟା ଭୋଗିବାକୁ ପଡ଼ିଥାଏ।

ଏହି ଦିଗରେ ଘଣ୍ଟା ଲଗାଇବା ଶୁଭ 

ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍।  ପୂର୍ବ ଦିଗରେ ଲଗାଇଲେ ଘର ହସଖୁସିରେ ଭରିଯାଏ। ସେହିଭଳି ପଶ୍ଚିମ ଦିଗରେ ଲଗାଇଲେ ଘରର ସଦସ୍ୟମାନଙ୍କୁ ସଫଳତା ପାଇଁ ବିଭିନ୍ନ ଅବସର ମିଳିଥାଏ ଓ ଉତ୍ତର ଦିଗରେ ଲଗାଇଲେ ଘରେ ଧନର ଅଭାବ ଦେଖାଦେଇ ନ ଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More