Only for Entertainment

ସୁନା କିଣିବାକୁ ଯାଉଛନ୍ତି କି! ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ ଦିଅନ୍ତୁ

Paisabazaar.com
27

ଭାରତରେ ସୁନାକୁ ସମ୍ପତ୍ତି ଭାବେ ଅଧିକ ସୁରକ୍ଷିତ ଜମା ଭାବେ ଧରାଯାଇଥାଏ। ଏହା ବ୍ୟତୀତ ସୁନା ମହିଳାଙ୍କ ପାଇଁ ଆକର୍ଷଣୀୟ ଅଳଙ୍କାର ବି ରହିଛି। ସମ୍ପ୍ରତି ସୁନା ମୂଲ୍ୟ ୩୦,୯୦୦ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ମାସରେ ନବରାତ୍ରୀରୁ ପାର୍ବଣ ସମୟ ଆରମ୍ଭ ହୋଇଯିବ। ଏହି ସମୟରେ ସୁନା କିଣିବା ପାଇଁ ଯୋଜନା ରଖିଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ ଦେବା ନିହାତି ଜରୁରୀ।

ସୁନାର ଶୁଦ୍ଧତାକୁ କ୍ୟାରେଟରେ ମପା ଯାଇଥାଏ। ୨୪ କ୍ୟାରେଟ ସୁନା ୯୯.୯ ସୁନା ହୋଇଥାଏ। ସେହିପରି ୨୨ କ୍ୟାରେଟ ସୁନା ୯୨ ପ୍ରତିଶତ ଶୁଦ୍ଧତା ଥାଏ। ପ୍ରତି କ୍ୟାରେଟ ସୁନା ୪.୨ ପ୍ରତିଶତ ଶୁଦ୍ଧ ସୁନାର ପାଖାପାଖି ହୋଇଥାଏ। ଏହା ସିଧା ଅର୍ଥ ହେଉଛି କି ୧୪ ଓ ୧୮ କ୍ୟାରେଟ ସୁନା କ୍ରମଶଃ ୫୮.୩୩ ପ୍ରତିଶତ ଓ ୭୫ ପ୍ରତିଶତ ଶୁଦ୍ଧତା ରହିଥାଏ। ୨୪ କ୍ୟାରେଟ ସୁନାରେ ଅଳଙ୍କାର ତିଆରି କରାଯାଇ ନଥାଏ। ଅଳଙ୍କାର ପାଇଁ ୧୪,୧୮ ଓ ୨୨ କ୍ୟାରେଟ ସୁନା ବ୍ୟବହାର କରାଯାଇଥାଏ। ଏଥିପାଇଁ ସୁନା କିଣିବା ପୂର୍ବରୁ ସୁନାର ଗୁଣବତ୍ତା ଓ ସମ୍ପୂର୍ଣ୍ଣ ଅଳଙ୍କାରରେ ସୁନାର ବ୍ୟବହାର କେତେ ହୋଇ ଆଦି ସମ୍ପୂର୍ଣ୍ଣ ସୂଚନା ନେବା ନିହାତି ଆବଶ୍ୟକ। ସୁନା ଠକେଇରୁ ବର୍ତ୍ତିବା ପାଇଁ ହଲମାର୍କ ସୁନା ହିଁ କିଣିବା ଉପରେ ପ୍ରାଥମିକତା ଦେବା ଉଚିତ।

ସୁନାର କୌଣସି ବି ଅଳଙ୍କାରରେ ମେକିଂ ଚାର୍ଜ ଯୋଡ଼ି ହୋଇ ରହିଥାଏ, ଏହାର ଅର୍ଥ ଏହାକୁ ତିଆରି କରିବାରେ ଲାଗିଥିବା ଲେବର ଚାର୍ଜ। ସୁନା କିଣିବା ସମୟରେ ଏନେଇ ଜାଣି ରଖିଥିବା ଉଚିତ। କାରଣ ମେକିଂ ଚାର୍ଜ ଉପରେ କୌଣସି ପ୍ରକାର ଟଙ୍କା ଫେରସ୍ତ ହେବାର ସୁବିଧା ରହି ନଥାଏ।

ଆଜିକା ସମୟରେ ଗହଣାକୁ ମ୍ୟାସିନ୍‌ରେ ତିଆରି କରାଯାଉଛି। ମ୍ୟାସିନ୍‌ରେ ବନା ଯାଇଥିବା ଅଳଙ୍କାରର ମେକିଂ ଚାର୍ଜ ମ୍ୟାନ୍‌ ମେଡ୍‌ ଅଳଙ୍କାରଠାରୁ କମ୍‌ ହୋଇଥାଏ। କୌଣସି ସୁନା ଅଳଙ୍କାର କିଣିବା ପୂର୍ବରୁ ଏବିଷୟରେ ବି ତଥ୍ୟ ସଂଗ୍ରହ କରିବା ନିହାତି ଆବଶ୍ୟକ। କାରଣ ଏସବୁ ବିଷୟରେ ଜାଣିଥିଲେ ଆପଣଙ୍କ ଉପରେ ମେକିଂ ଚାର୍ଜ କମ୍‌ ପଡ଼ିପାରେ।

ଭାରତରେ ସର୍ବଦା ସୁନା ଅଳଙ୍କାରକୁ ଓଜନରେ ବିକ୍ରି କରାଯାଇଥାଏ। ଓଜନ ଯେତେ ଅଧିକ ମୂଲ୍ୟ ମଧ୍ୟ ସେହିପରି ନିଆଯାଇଥାଏ। ଏପରି କ୍ଷେତ୍ରରେ ଅଳଙ୍କାର ବ୍ୟବସାୟୀ ଅଳଙ୍କାରରେ ଲାଗିଥିବା କୌଣସି ଷ୍ଟେନ୍‌ କିମ୍ବା ଅନ୍ୟ ସାମଗ୍ରୀକୁ ବି ସୁନା ଓଜନ ସହିତ ସାମିଲ କରି ଦେଇଥାଆନ୍ତି। ଏମିତିରେ ଏ ବିଷୟରେ ପୂରାପୂରି ସ୍ପଷ୍ଟ ହୋଇଯିବା ଆବଶ୍ୟକ, କାରଣ ଆପଣଙ୍କୁ କେବଳ ସୁନା ମୂଲ୍ୟ ହିଁ ପୈଠ କରିବାକୁ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More